Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋମବାର ଖୋଲା ରହିବ ନନ୍ଦନକାନନ; ପହିଲି ରଜରେ ଭାଙ୍ଗିଲା ପୁରୁଣା ରେକର୍ଡ

Odisha

Nandankanan Zoo / ସୋମବାର ଖୋଲା ରହିବ ନନ୍ଦନକାନନ; ପହିଲି ରଜରେ ଭାଙ୍ଗିଲା ପୁରୁଣା ରେକର୍ଡ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ସୋମବାର ଖୋଲା ରହିବ ନନ୍ଦନକାନନ; ପହିଲି ରଜରେ ଭାଙ୍ଗିଲା ପୁରୁଣା ରେକର୍ଡ
Zoo to Remain Open on Monday

Key Points

ନନ୍ଦନକାନନ ବୁଲିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ
ପହିଲି ରଜରେ ୨୯ ହଜାର ୩୮୦ ପର୍ଯ୍ୟଟକଙ୍କ ଆଗମନ
ସୋମବାର ଦ୍ଵିତୀୟ ରଜରେ ଖୋଲା ରହିବ ନନ୍ଦନକାନନ
ମଙ୍ଗଳବାର ବନ୍ଦ ରହିବ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ
 
ଭୁବନେଶ୍ଵର: ରଜରେ ରେକର୍ଡ ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ । ପହିଲି ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୨୯ ହଜାର ୩୮୦ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଯାହା ନନ୍ଦନକାନନର ପୁରୁଣା ପର୍ଯ୍ୟଟକଙ୍କ ରେକର୍ଡ ଭାଙ୍ଗିଛି ।

ରବିବାର ପ୍ରଥମ ରଜ ପଡ଼ିଥିବା ବେଳେ ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ପହିଲି ରଜରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ରଜରେ ମୋଟ ୨୯ ହଜାର ୩୮୦ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲି ଦେଖିଛନ୍ତି ।

ଏଥିସହ ପଢ଼ନ୍ତୁ: କିଲର୍ ଟ୍ରକ; ପହିଲି ରଜରେ ଚାଲିଗଲା ୫ ଜଣଙ୍କ ଜୀବନ 

ମୋଟ ୨୯ ହଜାର ୩୮୦ ପର୍ଯ୍ୟଟକ ନନ୍ଦନକାନନ ପ୍ରଥମ ରଜରେ ଆସିଛନ୍ତି । ସେଥିମଧ୍ୟରୁ ୨୭ ହଜାର ୧୯୨ ଜଣ ପର୍ଯ୍ୟଟକ ନନ୍ଦନକାନ ପ୍ରାଣୀ ଉଦ୍ୟାନ ବୁଲି ଦେଖିଛନ୍ତି । ୨ ହଜାର ୧୮୮ ଜଣ ରାଜ୍ୟ ଉଦ୍ଭିଦ ବିଜ୍ଞାନ ପରିଦର୍ଶନ କରିଛନ୍ତି ।

ଗତବର୍ଷଠୁ ଅଧିକ ପର୍ଯ୍ୟଟକ

ଗତବର୍ଷ ରଜ ଅପେକ୍ଷା ଚଳିତବର୍ଷ ରଜରେ ନନ୍ଦନକାନନକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି । ଗତବର୍ଷ ଅପେକ୍ଷା ଏ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ସାଢ଼େ ୪ ହଜାର ବୃଦ୍ଧି ପାଇଛି । ଗତବର୍ଷ ରଜରେ ନନ୍ଦନକାନନକୁ ୨୪ ହଜାର ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ ।

ପହିଲି ରଜରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇଛନ୍ତି । ୧୦୪ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଓଆଇଏସ୍ଏଫ୍ ସହ ପୂର୍ବତନ ସେନା ଯବାନଙ୍କୁ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସହାୟତା ପାଇଁ ମୁତୟନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ସୁଲଭ ମୂଲ୍ୟରେ ଭଡ଼ାଘର ଦେବେ ସରକାର ! ଆସୁଛି ନୂଆ ପଲିସି 

ଏବେ ରାଜ୍ୟରେ ଖରା ଲାଗି ରହିଥିବାରୁ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଭିତରେ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି । ନନ୍ଦନକାନନ ମଧ୍ୟରେ ମୋଟ ୩୧ଟି ସ୍ଥାନରେ ପିଇବା ପାଣି ବ୍ୟବସ୍ଥା ହୋଇଛି । ଯେଉଁଥିରୁ ୧୩ଟି ସ୍ଥାୟୀ ପଏଣ୍ଟ ଥିବାବେଳେ ୧୮ଟି ଅସ୍ଥାୟୀ ପଏଣ୍ଟ କରାଯାଇଛି ।

ସୋମବାର ଖୋଲା, ମଙ୍ଗଳବାର ବନ୍ଦ

ରଜରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସୋମବାର ନନ୍ଦନକାନନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସାଧାରଣତଃ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ । କିନ୍ତୁ ଜୁନ୍ ୧୫ ସୋମବାର ଦ୍ଵିତୀୟ ରଜ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହ ରାଜ୍ୟ ଉଦ୍ଭିଦ ଖୋଲା ରହିବ । ମଙ୍ଗଳବାର ଜୁନ୍ ୧୬ରେ ବନ୍ଦ ରହିବ ନନ୍ଦନକାନନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored