Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି

Odisha

ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି

Jitendra Dash
Browse all articles by Jitendra Dash
·2 years ago·2 min read
ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି

ଅର୍ଗସ ବ୍ୟୁରୋ : ଏମ୍‌ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍‌ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ସଚେତନତାଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଡେଙ୍ଗୁ ଓ ଭୂତାଣୁବାହୀ ରୋଗ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ନିମନ୍ତେ ଘର ଓ ପରିବେଶକୁ ପରିଷ୍କାର ରଖିବା ଏବଂ ପାଣି ନଜମିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଙ୍ଗୁ ଲାର୍ଭା ସ୍ଥିର କିମ୍ବା ବିଶୁଦ୍ଧ ପାଣିରେ ଦୀର୍ଘ ସମୟ ଯାଏଁ ବଞ୍ଚିରୁହେ। ତେଣୁ ଡେଙ୍ଗୁରୁ ରକ୍ଷା ପାଇବାକୁ ହେଲେ ଘର ଚାରିପାଖରେ ଯେପରି ପାଣି ଜମା ହୋଇ ନରୁହେ ସେନେଇ ଦୃଷ୍ଟି ଦେବାକୁ ହେବ। ସେହିପରି ଆଗକୁ ଆସୁଥିବା ମୌସୁମୀ ସମୟରେ ମଶାରୀ ବ୍ୟବହାର, ପୁରା ହାତ ପୋଷାକ ପିନ୍ଧିବା ଭଳି ନାନା ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ ଡ. ବିଶ୍ବାସ। 

ଏମ୍‌ସ ଭୁବନେଶ୍ୱର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଓପିଡି ପରିସରରେ ଆୟୋଜିତ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ ଅଭିଜିତ ସରକାର, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମି ରଂଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଶ୍ରୀକାନ୍ତ ବେହେରା, ଶିଶୁ ବିଭାଗର ଡ. ରଶ୍ମୀ ରଂଜନ ଦାସ, ସିଏମ୍‌ଏଫଏମ୍‌ ବିଭାଗର ଡ. ଅରବିନ୍ଦ ସିଂହ ପ୍ରମୁଖ ଯୋଗଦେଇଥିଲେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ସଠିକ୍‌ ସମୟରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ନଚେତ ଏହା ଗୁରୁତର ଜଟିଳତା ସୃଷ୍ଟି କରିଥାଏ। ଏଥିସହିତ ଡେଙ୍ଗୁ ଜନସ୍ୱାସ୍ଥ୍ୟର ଗୁରୁତ୍ୱ, ମହାମାରୀ ସମ୍ବନ୍ଧୀୟ ବିପଦ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମଣ୍ଡଳୀ। ଉଭୟ ବୟସ୍କ ଏବଂ ପିଲାମାନଙ୍କଠାରେ ଡେଙ୍ଗୁ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ମଧ୍ୟ ସେମାନେ ସୂଚନା ପ୍ରଦାନ କରିଥିଲେ।

Sponsored
Keep homes and surroundings clean, free from water accumulations to prevent Dengue | Argus News