Videos
|
Odisha

Dental Regulations / ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା
Dental Regulations

Key Points

ଦାନ୍ତ ଡାକ୍ତରଙ୍କ ପାଇଁ କଡ଼ା ଚେତାବନୀ
ନ୍ୟାସନାଲ ଡେଣ୍ଟାଲ କମିଶନ ଜାରି କଲେ ଆଡଭାଇଜରି
ଭୁବନେଶ୍ଵର: ରାଜ୍ୟରେ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କ ପାଇଁ କଠୋର କଟକଣା ଜାରି । ଅନୈତିକ ପ୍ରଚାର, ମିଛ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ଦାନ୍ତ ଡାକ୍ତରଙ୍କ ବିରୋଧରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାସନାଲ ଡେଣ୍ଟାଲ କମିଶନ ଏନେଇ ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି ।

  • ଆବଶ୍ୟକ ପଡ଼ିଲେ ଡାକ୍ତରୀ ପଞ୍ଜୀକରଣ ବାତିଲ ହେବ
ନ୍ୟାସନାଲ ଡେଣ୍ଟାଲ କମିଶନଙ୍କ ସୂଚନା ଅନୁସାରେ, ଯଦି କୌଣସି ଦାନ୍ତ ଡାକ୍ତର ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଭ୍ରାନ୍ତକର ଭିଡିଓ ଓ ମିଛ ପ୍ରଚାର କରନ୍ତି, ତେବେ ସେମାନଙ୍କୁ ପ୍ରଥମେ "କାରଣ ଦର୍ଶାଅ" ନୋଟିସ ଜାରି କରାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କର ଡାକ୍ତରୀ ପଞ୍ଜୀକରଣ ମଧ୍ୟ ବାତିଲ କରାଯିବ। ଏନଡିସି କହିଛନ୍ତି ଅନେକ ଦାନ୍ତ ଡାକ୍ତର ନିଜ ଚିକିତ୍ସାକୁ ନେଇ ମିଛ ବିଜ୍ଞାପନ ଓ ନିଜର ଆତ୍ମ-ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି ।

  • ମିଛ ବିଜ୍ଞାପନ କରିପାରିବେ ନାହିଁ
ଡେଣ୍ଟିଷ୍ଟ କୋଡ୍‌ ଅଫ୍‌ ଏଥିକ୍ସ ଆଣ୍ଡ ରେଗୁଲେସନ୍ସ ଅନୁସାରେ ସମସ୍ତ ପଞ୍ଜୀକୃତ ଦାନ୍ତ ଡାକ୍ତରଙ୍କୁ ଆକର୍ଷଣୀୟ ବିଜ୍ଞାପନ, ରୋଗୀ ଆକୃଷ୍ଟ କରିବା, ବ୍ୟବସାୟିକ ନୈତିକତା ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରୋଗୀଙ୍କ ସମ୍ମାନ, ଗୋପନୀୟତା ରକ୍ଷା କରିବା ଏବଂ ଚିକିତ୍ସା ପେଷାର ଗରିମା ବଜାୟ ରଖିବାକୁ ଏନଡିସି ସମସ୍ତ ଡେଣ୍ଟାଲ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପଢନ୍ତୁ ଏହି ଖବର: କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏହି ଦିନଠୁ କମିବ କର୍କଟ ଔଷଧ ଦାମ୍

  • ବୃତ୍ତିର ଗାରିମା ବଜାୟ ରଖିବାକୁ ନିର୍ଦ୍ଦେଶ
ଦନ୍ତ ଚିକିତ୍ସକମାନଙ୍କୁ ଏହି ପରାମର୍ଶକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଆବଶ୍ୟକ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ମର୍ଯ୍ୟାଦା ଓ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ସୁରକ୍ଷା କରିବା ସହ ଦନ୍ତ ଚିକିତ୍ସା ବୃତ୍ତିର ନୈତିକତା ଓ ଗାରିମା ବଜାୟ ରଖିବା ଉପରେ ବୋର୍ଡ ଗୁରୁତ୍ୱାରୋପ କରିଛି । ଏହି ପରାମର୍ଶ ଜାରି କରିଥିବା କର୍ତ୍ତୃପକ୍ଷଙ୍କ ଆଇନଗତ କ୍ଷମତା ଅନୁଯାୟୀ ଏହା ତୁରନ୍ତ ଲାଗୁ ହେବ । ଦେଶର ସମସ୍ତ ପଞ୍ଜୀକୃତ ଦନ୍ତ ଚିକିତ୍ସକ ନିଜର ପ୍ରଚାର ଓ ବିଜ୍ଞାପନ ବେଳେ ବୃତ୍ତିଗତ ନୈତିକ ମାନଦଣ୍ଡ ଅନୁସାରେ ପରିଚାଳନା କରିବାକୁ ଏଥିରେ ଦାୟିତ୍ୱ ଦିଆଯାଇଛି । ନଚେତ୍ ନିୟମ ମୁତାବକ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: