|
logo
Live

Argus News - ଜାତୀୟ ରାଜପଥ ୫୩ ଓ ୫୫ କାମରେ ନିର୍ବାଚନ ଆଚରଣ ବିଧି ହେବନାହିଁ ବାଧକ

Odisha

ଜାତୀୟ ରାଜପଥ ୫୩ ଓ ୫୫ କାମରେ ନିର୍ବାଚନ ଆଚରଣ ବିଧି ହେବନାହିଁ ବାଧକ

Jitendra Dash
Browse all articles by Jitendra Dash
·1 year ago·2 min read
ଜାତୀୟ ରାଜପଥ ୫୩ ଓ ୫୫ କାମରେ ନିର୍ବାଚନ ଆଚରଣ ବିଧି ହେବନାହିଁ ବାଧକ

ଅର୍ଗସ ବ୍ୟୁରୋ : ଜାତୀୟ ରାଜପଥ ୫୫ ଓ ୫୩ର କାମ ତ୍ବରାନ୍ବିତ ପାଇଁ ନିର୍ବାଚନ ଆରଣ ବିଧି ବାଧକ ସାଜିବ ନାହିଁ ।  ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ-ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରିଜ କାମ ପାଇଁ ଅନୁମତି ଦେଇଛନ୍ତି । 

ଖୁବ ଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ ବଲି ଜଣା ପଡ଼ିଛି । ଅନୁଗୋଳ - ସମ୍ବଲପୁର ସେକ୍ସନର କିଛି କାର୍ଯ୍ୟ ପାଇଁ  ୨୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସମ୍ବଲପୁରର ଅଇଁଠାପାଲି ଠାରେ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରିଜ କାମ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ସେ ପତ୍ରରେ ଉଲ୍ଲେଖ କରଥିଲେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ  ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଥିବା ବେଳେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚିଠି ପାଇବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରିଜ ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ।

Sponsored
ଜାତୀୟ ରାଜପଥ ୫୩ ଓ ୫୫ କାମରେ ନିର୍ବାଚନ ଆଚରଣ ବିଧି ହେବନାହିଁ ବାଧକ | Argus News