Videos
|
Odisha

ମୃତ କୃଷକଙ୍କ ଖେତରେ ନିଜେ ବୋରୱେଲ ଖୋଳିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

Jitendra Dash
Browse all articles by Jitendra Dash
·2 years ago·2 min read
ମୃତ କୃଷକଙ୍କ ଖେତରେ ନିଜେ ବୋରୱେଲ ଖୋଳିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭାର ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡ଼ା ଗ୍ରାମର କୃଷକ ଗୋବିନ୍ଦ ସାହୁ ଋଣ ଭାର ଯୋଗୁଁ ଗତ ନଭେମ୍ବର ମାସ ୪ ତାରିଖ ଆତ୍ମହତ୍ୟା କରିଥିଲେ । ସେ ଚାଷ କାମ ପାଇଁ ଋଣ ନେଇଥିଲେ କିନ୍ତୁ ମୌସୁମୀ ବର୍ଷା ଆବଶ୍ୟକ ପରିମାଣରେ ନ ହେବା କାରଣରୁ ସେ ଫସଲ ଅମଳ କରି ନ ପାରି ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲେ । 

ସେହି ଅଞ୍ଚଳରେ ଚାଷୀମାନେ ବହୁ ଅର୍ଥ ବ୍ୟୟ କରି କ୍ଷେତକୁ ପାଣି ମଡ଼ାଉଥିବା ବେଳେ ଅର୍ଥାଭାବ ଯୋଗୁଁ ଗୋବିନ୍ଦ ତାଙ୍କ ଜମିକୁ ପାଣି ମଡ଼ାଇବାରେ ଅସମର୍ଥ ହୋଇଥିଲେ । ତେଣୁ ସେ ଏକ ମାସ ଧରି ଚିନ୍ତାଗ୍ରସ୍ତ ଥିଲେ । ଆଖି ଆଗରେ ଚାଷ ଜମି ଫାଟି ଆଁ କରି ଧାନକ୍ଷେତ ଉଜୁଡି ଯାଇଥିବାରୁ ଋଣ କିପରି ଶୁଝିବେ ଓ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇ ପଡ଼ିବା ଅନୁଭବ କରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ କିମ୍ବା ଜଳସେଚନ ବିଭାଗ ଅଧିକାରୀମାନେ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏହି ଅଞ୍ଚଳରେ ହତାଶା ଭାବ ଦେଖାଦେଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୃଷକ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସମ୍ଵନ୍ଧରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଖବର ପାଇଲା ପରେ ସେ ନିଜେ ଯାଇ ଗୋବିନ୍ଦ ସାହୁଙ୍କ ପରିବାର ସହ ସାକ୍ଷାତ କରି ସମବେଦନା ଜଣାଇଥିଲେ ଓ ତାଙ୍କ ଧାନକ୍ଷେତରେ ବୋରୱେଲ ଖୋଳିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଜି ସମ୍ବିତ ପାତ୍ର ନିଜ ପ୍ରତିଶୃତି ପାଳନ କରି ସ୍ୱର୍ଗୀୟ ଗୋବିନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କ ଖେତରେ ବୋରୱେଲ ଖୋଳିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମୟରେ ଗୋବିନ୍ଦ ସାହୁଙ୍କ ପରିବାର ସହ ରଣପୁର ବିଧାନସଭାର ଭାରତୀୟ ଜନତା ପାର୍ଟିର ନେତ୍ରୀ ସୁରମା ପାଢ଼ୀ ଓ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା ଓ କର୍ମୀମାନେ ତଥା ଯୋଗଦେଇଥିଲେ । ସ୍ୱର୍ଗୀୟ କୃଷକ ଗୋବିନ୍ଦ ସାହୁଙ୍କ ଧାନକ୍ଷେତରେ ବୋରୱେଲ ଖୋଳିଥିବାରୁ ସ୍ଥାନୀୟ ଚାଷୀ ଖୁସିବ୍ୟକ୍ତ କରିଛନ୍ତି ଓ ସମ୍ବିତ ପାତ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ବୋରୱେଲ ଯୋଗୁଁ ଚାଷୀ ମାନଙ୍କର ଆଉ ଖରାଦିନେ ପାଣିର ଅଭାବ ରହିବ ନାହିଁ । ବୋରୱେଲରୁ ପାଇପ ଯୋଗେ ଚାଷୀ ମାନେ ପାଣି ନେଇ ଚାଷ କରିପାରିବେ ଓ ପାଣି ଅଭାବରୁ କୌଣସି ଚାଷୀ ଆତ୍ମହତ୍ୟା କରିବେ ନାହିଁ ବୋଲି ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସମ୍ବିତ ପାତ୍ରଙ୍କ ଉଦ୍ୟମରେ ବୋରୱେଲ ଖୋଲାଯିବା ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ଅଞ୍ଚଳବାସୀ ସମ୍ବିତ ପାତ୍ରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

National spokesperson of Bharatiya Janata Party, Sambit Patra , dug a borewell in the field of a dead farmer himself | Argus News