Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୃତ୍ତିକା ସ୍ଵାସ୍ଥ୍ୟ ରକ୍ଷା ନେଇ IIWMରେ ମାନସ ମନ୍ଥନ; ଯୋଗ ଦେଲେ ପୂର୍ବୋତ୍ତର ରାଜ୍ୟ

Odisha

Soil Health / ମୃତ୍ତିକା ସ୍ଵାସ୍ଥ୍ୟ ରକ୍ଷା ନେଇ IIWMରେ ମାନସ ମନ୍ଥନ; ଯୋଗ ଦେଲେ ପୂର୍ବୋତ୍ତର ରାଜ୍ୟ

Sushanta Sahoo
Browse all articles by Sushanta Sahoo
·6 hours ago·2 min read
ମୃତ୍ତିକା ସ୍ଵାସ୍ଥ୍ୟ ରକ୍ଷା ନେଇ IIWMରେ ମାନସ ମନ୍ଥନ; ଯୋଗ ଦେଲେ ପୂର୍ବୋତ୍ତର ରାଜ୍ୟ
India’s Soil Health Policy

Key Points

କିଭଳି ସୁରକ୍ଷିତ ରହିବ ପୂର୍ବ ଓ ପୂର୍ବୋତ୍ତର ଭାରତର ମୃତ୍ତିକା ସ୍ୱାସ୍ଥ୍ୟ ? ତାକୁ ନେଇ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ଵରରେ ଭାରତ ମୃତ୍ତିକା ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତି ନିମନ୍ତେ ଏକ ରାଷ୍ଟ୍ରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି ।
ଭୁବନେଶ୍ଵର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ଵରରେ ଭାରତ ମୃତ୍ତିକା ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତି ନିମନ୍ତେ ଏକ ରାଷ୍ଟ୍ରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୬, ଶନିବାର ଏହି କର୍ମଶାଳା ମୁଖ୍ୟତଃ ପୂର୍ବ ଓ ପୂର୍ବୋତ୍ତର ଭାରତର ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷା ଚ୍ୟାଲେଞ୍ଜ ଆବଶ୍ୟକତାକୁ ଧ୍ୟାନରେ ରଖି ଆୟୋଜିତ ହୋଇଛି ।

ଏହା ସୁସ୍ଥ ମୃତ୍ତିକା, ସମୃଦ୍ଧ କୃଷକ ଓ ସଶକ୍ତ ଭାରତ ବର୍ଷର ଲକ୍ଷ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ । କର୍ମଶାଳାକୁ ଉଦଘାଟନ କରି ମୁଖ୍ୟ ଅତିଥି ଆଇସିଏଆରର ପ୍ରାକୃତିକ ସମ୍ପଦ ପରିଚାଳନା ବିଭାଗର ଉପମହାନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ କହିଛନ୍ତି, "ବର୍ତ୍ତମାନ ଓ ଭବିଷ୍ୟତର ଖାଦ୍ଯ ସୁରକ୍ଷା ପାଇଁ ଆମ ଦେଶର ମୃତ୍ତିକା ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ପାରାମିଟର ଠିକ ଭାବରେ ନିର୍ଦ୍ଧାରଣ କରିବାକୁ ପଡ଼ିବ ଓ ନିରନ୍ତର ମୃତ୍ତିକା ପରୀକ୍ଷଣ ଦ୍ଵାରା ମାଟିର ସ୍ୱାସ୍ଥ୍ୟକୁ ଅତୁଟ ରଖିବାକୁ ହେବ ।"

ଏଥିସହ ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ କମିଲା ତାତି ଓ ଗୁଳୁଗୁଳି; ୪୦ରୁ ୨୬ ଡିଗ୍ରୀକୁ ଖସିଲା ପାରଦ 

ସମ୍ମାନିତ ଅତିଥି କୃଷି ବୈଜ୍ଞାନିକ ଚୟନ ମଣ୍ଡଳର ପୂର୍ବତନ ସଦସ୍ୟ ଡକ୍ଟର ବି.ଏସ. ଦ୍ଵିବେଦୀ କହିଛନ୍ତି, "ଏହା ଏକ ସ୍ଵତନ୍ତ୍ର କର୍ମଶାଳା । ଆପଣମାନଙ୍କ ମତ ଏକ ସଶକ୍ତ ଭାରତ ମୃତ୍ତିକା ନୀତି ପ୍ରସ୍ତୁତିରେ ସହାୟକ ହେବ ।" ଅନ୍ଯତମ ସମ୍ମାନୀତ ଅତିଥି ଆର.ଭି.ଏସ କୃଷି ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଏ.କେ. ସିଂହ କହିଛନ୍ତି, "ପୂର୍ବ ଓ ପୂର୍ବୋତ୍ତର ଭାରତର ଅମ୍ଳୀୟ ମାଟି ଓ ମୃତ୍ତିକା କ୍ଷୟ ଏକ ବଡ଼ ସମସ୍ଯା । ଏଥିରୁ ଆମ ମାଟିକୁ ସୁରକ୍ଷା ଦେବା ପାଇଁ ସ୍ଵତନ୍ତ୍ର ପଦକ୍ଷେପର ଆବଶ୍ୟକତା ଅଛି ।"

ସର୍ବ ପ୍ରଥମେ ଆଇ.ଆଇ.ଡବ୍ଲ୍ୟୁ.ଏମର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କର୍ମଶାଳାର ଉଦ୍ଦେଶ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଭାରତୀୟ ମୃତ୍ତିକା ବିଜ୍ଞାନ ପ୍ରତିଷ୍ଠାନ, ଭୋପାଳର ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମହାନ୍ତି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଏଥିସହ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ! 

ଏହି ଅବସରରେ ସମ୍ମାନୀତ ଅତିଥି ମାନେ ବିଭିନ୍ନ ଗବେଷଣା ପୁସ୍ତିକାର ଉନ୍ମୋଚନ କରିଥିଲେ। ଆୟୋଜିତ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରଗତିଶୀଳ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମସ୍ତ ବିଷୟବସ୍ତୁକୁ ୬ଟି ବିଭାଗରେ ବିଭକ୍ତ କରି ବିସ୍ତୃତ ମାନସ ମନ୍ଥନ ହୋଇଥିଲା ।

ଏହି କର୍ମଶାଳାରେ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ଅନ୍ୟାନ୍ୟ ପୂର୍ବୋତ୍ତର ରାଜ୍ୟର କୃଷି ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ, କୃଷି ବିଭାଗର କର୍ମକର୍ତ୍ତା, କମିଟିର ପଦାଧିକାରୀ, ମାଟି ବଞ୍ଚାଅ ସଂସ୍ଥାର ସଦସ୍ୟ, ବେସରକାରୀ ସଂସ୍ଥା, ଆଇ.ସି.ଏ.ଆରର ବୈଜ୍ଞାନିକ, ପୂର୍ବତନ ପଦାଧିକାରୀ, ପ୍ରଗତିଶୀଳ କୃଷକ ଭାଗ ନେଇଥିଲେ । ଶେଷରେ ଆୟୋଜକ ସଚିବ ଡକ୍ଟର କେ.କେ. ବନ୍ଦୋପାଧ୍ୟାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Workshop on Soil Health Policy Held at IIWM Bhubaneswar | Argus News | Argus News