Videos
|
Odisha

Odisha Politics / ଗଞ୍ଜାମ ବାସୀଙ୍କ ଦୁଃଖ ସମୟରେ ନାହିଁ ହିଞ୍ଜିଳି ବିଧାୟକ ନବୀନଙ୍କ ଦେଖା, ତେଜିଲା ଅସନ୍ତୋଷ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗଞ୍ଜାମ ବାସୀଙ୍କ ଦୁଃଖ ସମୟରେ ନାହିଁ ହିଞ୍ଜିଳି ବିଧାୟକ ନବୀନଙ୍କ ଦେଖା, ତେଜିଲା ଅସନ୍ତୋଷ
Public Anger Grows Over Naveen Patnaik's Absence

Key Points

  • ହିଞ୍ଜିଳି ଗଲେନି ନବୀନ, ଟିମ୍ ପଠାଇ ଦେଇ ନବୀନ ନିବାସରେ ବସିଲେ
  • କେବଳ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦୁଃଖ ଜଣାଇଲେ
  • ଅଧିକାରୀଙ୍କ ସହ ଫୋନ୍‌ରେ କଥା ହୋଇ କାମ ସାରିଦେଲେ
  • ତାତିଲେ ଭୋଟର, ପଚାରିଲେ କୋଉଠି ବିଧାୟକ
ବ୍ରହ୍ମପୁର: ଗଞ୍ଜାମ ଗଲେନି ନବୀନ, ଫୋନ୍‌ରେ ବୁଝିଲେ ସ୍ଥିତି । ଆକାଶମାର୍ଗରୁ ସ୍ଥିତି ଯାଞ୍ଚ ସହ ଗ୍ରାଉଣ୍ଡ ଜିରୋକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ନବୀନଙ୍କ ଭରସା ଉପକୂଳିଆ ନେତାଙ୍କ ପ୍ରତିନିଧି ଦଳ । ଯାହାକୁ ନେଇ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଦେଖିବାକୁ ମିଳିଛି ଅସନ୍ତୋଷ । ବିଜେଡି ପ୍ରତିନିଧି ଦଳକୁ ଘେରିଛନ୍ତି ସ୍ଥାନୀୟ ଲୋକେ ।

ଅର୍ଣ୍ଣବ ବାତ୍ୟାରେ ଛାରଖାର ଗଞ୍ଜାମ । ଗଞ୍ଜାମ ବାସୀଙ୍କ ଏହି ଦୁଃଖ ସମୟରେ ହିଞ୍ଜିଳି ବିଧାୟକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦେଖା ନାହିଁ । ଅନ୍ୟ ପକ୍ଷରେ ଗ୍ରାଉଣ୍ଡକୁ ଯାଇ ନିଜେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥିସହ ପଢ଼ନ୍ତୁ: ବନ୍ୟା ବିପନ୍ନଙ୍କ ସହ ସରକାର; ୩୩%ରୁ ଅଧିକ ଫସଲ କ୍ଷତି, କ୍ଷତିଗ୍ରସ୍ତ ଘର ପାଇଁ ସହାୟତା ଘୋଷଣା 

ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ପ୍ରତିନିଧି ଦଳର ଗଞ୍ଜାମ ଗସ୍ତ ବେଳେ ସୋରଡ଼ା ଏବଂ ଆସ୍କାରେ ଘେରିଛନ୍ତି ସାଧାରଣ ଲୋକେ । ଆମ ବିଧାୟକ କୋଉଠି ବୋଲି ପ୍ରଶ୍ନ କରିଛନ୍ତି ହିଞ୍ଜିଳିର ଜନତା । ବନ୍ୟା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜାମ ଜିଲ୍ଲାରେ ଏବେ ରାଜ୍ୟର ପୂରା ପ୍ରଶାସନ । ବର୍ଷା ଛାଡ଼ିବା କ୍ଷଣି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଗଞ୍ଜାମ ଗସ୍ତ କରି ସମୀକ୍ଷା କରିଥିଲେ । ଆଉ ମନ୍ତ୍ରୀ ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକ ଲଗାତାର ଭାବେ ଗ୍ରାଉଣ୍ଡ ଜିରୋରେ ରହି ଲୋକଙ୍କ ଦୁଃଖ ବୁଝୁଛନ୍ତି ।

ଏଥିସହ ପଢ଼ନ୍ତୁ: ସୋମବାର ରାତିରୁ ମଙ୍ଗଳବାର ପାହାନ୍ତି ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା 'ମୁରାସୁ' 

ନିଲମ୍ବିତ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଠାରୁ ଆରମ୍ଭ କରି ବିଜେପି ବିଧାୟକମାନେ ଗାଁକୁ ଗାଁ ବୁଲି ଲୋକଙ୍କ ଦୁଃଖ ସମୟରେ ଛିଡ଼ା ହେଉଛନ୍ତି । ସେପଟେ ବିଜେଡି ପ୍ରତିନିଧି ଦଳକୁ ଦେଖି ଲୋକେ ତାତିବ ପରେ ପ୍ରମିଳା କହିଛନ୍ତି ଆବଶ୍ୟକ ପଡ଼ିଲେ ନବୀନ ପଟ୍ଟନାୟକ ଆସିବେ ।

ବଡ଼ା କଥା ହେଲା ଦୀର୍ଘ ଅଢେଇ ବର୍ଷରେ ନବୀନ ମାତ୍ର ଦୁଇ ଥର ହିଞ୍ଜିଳି ଯାଇଛନ୍ତି । ପୂର୍ବ ଭଳି ଏବେ ବି ହିଞ୍ଜିଳିରେ ନବୀନଙ୍କ ବିଧାୟକ କ୍ଷମତା କାରେ ଦିଆଯାଇଥିବା କୁହାଯାଉଛି ।