Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୋରଡ଼ାରେ ନବୀନ ସରକାରକୁ ଅମିତ ଶାହାଙ୍କ ଜୋରଦାର ପ୍ରହାର

Jitendra Dash
Browse all articles by Jitendra Dash
·2 years ago·2 min read
ସୋରଡ଼ାରେ ନବୀନ ସରକାରକୁ ଅମିତ ଶାହାଙ୍କ ଜୋରଦାର ପ୍ରହାର

ଅର୍ଗସ ବ୍ୟୁରୋ : ଓଡ଼ିଆ ଭାବବେଗର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଶ୍ନ ଉଠାଇ ନବୀନ ସରକାରକୁ ଧୋଇଲେ ଶାହ । କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଅରିଜିନାଲ ଚାବି, ଡୁପ୍ଲିକେଟ୍ ଚାବି କିଏ ବନାଇଲା ବୋଲି ବିଜେଡି ସରକାରଙ୍କୁ ପଚାରିଲେ ପ୍ରଶ୍ନ । ଏଥିସହ ଶାହା କରିଛନ୍ତି ବଡ଼ ଘୋଷଣା । ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେଉନେଉ ଖୋଲାଯିବ ଶ୍ରୀମନ୍ଦିର ଚାରି ଦ୍ବାର । ସରକାର ଗଠନର ୬ ଦିନ ଭିତରେ ରତ୍ନ ଭଣ୍ଡାର ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ ।  ଶାହାଙ୍କ ଘୋଷଣା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଜାଗିଛି ନୂଆ ଆଶା । ଗୃହମନ୍ତ୍ରୀଙ୍କ ଚାରିଦ୍ବାର ଓ ରତ୍ନ ଭଣ୍ଡାର ସମ୍ପର୍କିତ ଘୋଷଣାକୁ ନେଇ ପୁରୀରେ ଦେଖାଦେଇଛି ଉତ୍ସାହ । 

ବିଜେଡି ସରକାରର ଆଉ ଏକ ବଡ଼ ଷଡ଼ଯନ୍ତ୍ରର ଶାହ କରିଛନ୍ତି ଖୁଲାସା । କହିଛନ୍ତି ଯେତେବେଳେ ପୂରା ଦେଶ ରାମ ମନ୍ଦିର ପ୍ରତିଷ୍ଠାର ଖୁସି ମନାଉଥିଲା ନବୀନ ସରକାର ଓଡ଼ିଶାବାସୀଙ୍କୁ ରାମ ଜନ୍ମଭୂମି ମହୋତ୍ସବରେ ସାମିଲ ହେବାକୁ ଦେଉନଥିଲେ । ଯିଏ ରାମଙ୍କ ଉତ୍ସବକୁ ରୋକେ ଓଡ଼ିଶା ଜନତା ତାକୁ କେବେ କ୍ଷମା କରିବେନି ବୋଲି କହିଛନ୍ତି ଶାହ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାରଙ୍କ ମାଗଣା ଚାଉଳ ଯୋଜନାକୁ ହାଇଜାକ୍ ପ୍ରସଙ୍ଗରେ ବି ବିଜେଡି ସରକାରକୁ ଖୁବ୍ ଧୋଇଛନ୍ତି ବିଜେପି ଚାଣକ୍ୟ । କହିଛନ୍ତି ନବୀନ ସରକାର ଥଳି ସରକାର । ଥଳିରେ ପେଟ ପୂରେନି ଯିଦି ଦେବାକୁ ଚାହୁଁଛ ଥଳି ସହ ଅଢେଇ କିଲୋ ଚାଉଳ ଦିଅ ବୋଲି ବିଜେଡି ସରକାରକୁ ଆହ୍ବାନ ଦେଇଛନ୍ତି ଶାହ । ଏଥିସହ ଶାହ କହିଛନ୍ତି ଓଡ଼ିଶାରେ ବାବୁଙ୍କ ହାତରେ ରାଜ୍ । ଯଦି ବି ବାବୁ ରାଜ କରିବେ ଓଡିଆ ବାବୁ କାହିଁକି ନୁହନ୍ତି । ବାହାର ବାବୁଙ୍କ ହାତରେ କାହିଁକି ଓଡ଼ିଶା ଶାସନ ରହିବ ବୋଲି ପ୍ରଶ୍ନ କରିବା ସହ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ନବୀନ ସରକାରକୁ ଖୁବ ଧୋଇଛନ୍ତି ଗୃହମନ୍ତ୍ରୀ । 

Sponsored
Naveen Patnaik pushed Odisha back 50 years during BJD's 25-year rule, says Amit Shah | Argus News