Videos
|
Odisha

ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

Smruti Parija
Browse all articles by Smruti Parija
·2 years ago·1 min read
ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

ଭୁବନେଶ୍ୱର: ଗୋଟିଏ ଯୁଗର ଅବସାନ ଘଟିଲା । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି 5 ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ 1997 ମସିହାରେ ରାଜନୀତିରେ ଏଣ୍ଟ୍ରି ମାରିଥିବା ନବୀନ ପଟ୍ଟନାୟକ ପ୍ରଥମେ ସାଂସଦ, କେନ୍ଦ୍ରମନ୍ତ୍ରୀ ଓ ପରେ ଲଗାତାର ଅଢ଼େଇ ଦଶନ୍ଧି ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି। ରାଜନୀତି ଜୀବନରେ ନବୀନ ପ୍ରଥମ ଥର ପାଇଁ ନିର୍ବାଚନ ହାରିଛନ୍ତି। ଏଥି ସହ ପ୍ରଥମ ଥର ତାଙ୍କ ଦଳ କ୍ଷମତାଚ୍ୟୁତ ମଧ୍ୟ ହୋଇଛି।

24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକ ମଧ୍ୟ ପରାଜିତ ହୋଇଛନ୍ତି । ନବୀନ ହିଞ୍ଜିଳି ଓ କଣ୍ଟାବାଞ୍ଜି ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିବାବେଳେ କଣ୍ଟାବାଞ୍ଜିରୁ ବଡ଼ ବ୍ୟବଧାନରେ ହାରିଛନ୍ତି ନବୀନ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ 16 ହଜାର 109 ଭୋଟରେ ନବୀନଙ୍କୁ ପରାସ୍ତ କରିଛନ୍ତି। 

ମୋଦି ସୁନାମିରେ ପରାଜୟର ସ୍ବାଦ ଚାଖିଲେ ବିଜେଡିର ବହୁ ହେଭିଓ୍ବେଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଧାନସଭାରେ ବିଜେପିକୁ ମିଳିଛି ସ୍ପଷ୍ଟ ବହୁମତ। 147 ବିଧାନସଭା ଆସନରୁ 78ଟି ସିଟ ଜିତିଛି ବିଜେପି। ରାଜ୍ୟରେ ବିଜୁ ଜନତା ଦଳର ଅଢ଼େଇ ଦଶନ୍ଧି ଶାସନର ଅନ୍ତ ଘଟିଛି। 24 ମହାଲଢ଼େଇରେ ଶାସକ ବିଜୁ ଜନତା ଦଳ ଚିତପଟାଙ୍ଗ ମାରିଛି। ମାତ୍ର 51ଟି ସିଟରେ ସୀମିତ ରହିଛି ବିଜେଡି। କଂଗ୍ରେସ ମାତ୍ର 14ଟି ଆସନରେ ସୀମିତ ରହିଥିବାବେଳେ ଅନ୍ୟାନ୍ୟ ଦଳ 4ଟି ଆସନରେ ହେଲେ ବିଜୟୀ ହୋଇଛନ୍ତି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶାର ପ୍ରତି ଭାଗରେ ଚମତ୍କାର ପ୍ରଦର୍ଶନ କରିଛି ବିଜେପି।

ବୈଠକରେ ଯୋଗ ଦେବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର