Videos
|
Odisha

Shreemayee Mishra / "ନବୀନ ପଟ୍ଟନାୟକ ସମ୍ବେଦନହୀନ, ମୋତେ ଅସମ୍ମାନ ବେଳେ ଚୁପ୍ ଥିଲେ"

Smruti Parija
Browse all articles by Smruti Parija
·11 months ago·2 min read
"ନବୀନ ପଟ୍ଟନାୟକ ସମ୍ବେଦନହୀନ, ମୋତେ ଅସମ୍ମାନ ବେଳେ ଚୁପ୍ ଥିଲେ"

Key Points

ବିଜେଡି ଓ ନବୀନଙ୍କ ବିରୋଧରେ ପୁଣି ଶ୍ରୀମୟୀଙ୍କ ବିସ୍ଫୋରଣ

ବିଜେଡିର ଜବାବ ପରେ କାଉଣ୍ଟର ଆଟାକ କଲେ ଶ୍ରୀମୟୀ ମିଶ୍ର

ମୋ ବିରୋଧରେ ଅପମାନଜନକ ବ୍ୟବହାର ବେଳେ ଚୁପ୍ ଥିଲେ ନବୀନ

ନିଲମ୍ବନ ନେଇ ବିଜେଡିର ପ୍ରେସମିଟ୍ ପରେ ଶ୍ରୀମୟୀଙ୍କ କଡ଼ା କାଉଣ୍ଟର । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖିଆ ଓ ଦଳକୁ କଲେ ହମଲା । ଶ୍ରୀମୟୀ ଧରାଇଲେ ନବୀନଙ୍କ ଡବଲ ଷ୍ଟାଣ୍ଡାର୍ଡ । ବିଜେଡି ଓ ନବୀନଙ୍କ ବିରୋଧରେ ପୁଣି ଶ୍ରୀମୟୀ କଲେ ବିସ୍ଫୋରଣ । ଶ୍ରୀମୟୀ କହିଲେ, ନବୀନ ପଟ୍ଟନାୟକ ସମ୍ବେଦନହୀନ । ମୋ ବିରୋଧରେ ଅପମାନଜନକ ବ୍ୟବହାର ବେଳେ ଚୁପ୍ ଥିଲେ ନବୀନ । ମୋତେ ଅସମ୍ମାନ ବେଳେ ନୀରବ ରହିଲେ । ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନି କାହିଁକି ବାରମ୍ବାର ୟୁଟର୍ଣ୍ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ । ସେ କହିଛନ୍ତି, କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି।


ଆହୁରି ପଢନ୍ତୁ "ଅଣଓଡ଼ିଆ ମୁଖିଆଙ୍କ କବ୍‌ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁଦିନ ଜଣେ ବୃଦ୍ଧ ବ୍ୟକ୍ତି ମତେ ସୁର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ, ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି । ପ୍ରମିଳା ଅପା, ସ୍ନେହାଙ୍ଗିନୀ ଅପା ଏମିତି ଅନେକ, କିନ୍ତୁ ସେତେବେଳେ ସମସ୍ତେ ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଚୁପ୍ ରହିଲେ, କେବଳ ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ ଏବଂ ସବୁ ଘଟଣା ଦଳର ସଭାପତି ଶୁଣିଲା ପରେ କେବଳ ପଦେ କହିଲେ,"It happens in Politics"।


ବିଜେଡିକୁ ଶ୍ରୀମୟୀଙ୍କ ଘନ ଘନ ଟାର୍ଗେଟ୍ ପରେ ଆଜି ଦଳ ପକ୍ଷରୁ ଦିଆଯାଇଛି ଜବାବ। ସାମ୍ନାକୁ ଆସିଛନ୍ତି ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । 3 ଦିନ ତଳେ ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ବ୍ୟକ୍ତିଗତ ମତ କହିଥିବା ସ୍ନେହାଙ୍ଗିନୀ ଆଜି ଶ୍ରୀମୟୀଙ୍କ ଉପରେ କରିଛନ୍ତି ଆକ୍ରମଣ। ପ୍ରଶ୍ନ ହେଲା କାହା ଚାପରେ ବଦଳିଲା ବିଜେଡି ନେତ୍ରୀ ସ୍ନେହାଙ୍ଗିନୀଙ୍କ ସ୍ବର ?


2 ଦିନ ଭିତରେ କି ଦଳ ବିରୋଧୀ କାମ କଲେ ଶ୍ରୀମୟୀ ? ପୂର୍ବରୁ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଥିଲେ ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀ କହିଥିଲେ, ଶ୍ରୀମୟୀଙ୍କ ଟିପ୍ପଣୀ ତାଙ୍କ ବ୍ୟକ୍ତିଗତ କଥା । ଶ୍ରୀମୟୀଙ୍କ ଟିପ୍ପଣୀରେ ବିଜେଡିର ଷ୍ଟାଣ୍ଡ ନ ଥିବା କହିଥିଲେ ସ୍ନେହାଙ୍ଗିନୀ ।


ଆହୁରି ପଢନ୍ତୁ ପୁଣି ସୋସିଆଲ୍ ମିଡିଆ ପୋଷ୍ଟରେ ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର


ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ୍ ପରେ କାଉଣ୍ଟର କଲେ ପ୍ରମିଳା ମଲ୍ଲିକ। ଯେଉଁଥିରେ ଜଳ ଜଳ କରି ଦେଖାଯାଇଛି ବିଜେଡି ନେତ୍ରୀଙ୍କ ଅହଂକାର। ଶ୍ରୀମୟୀଙ୍କୁ ନେଇ ପ୍ରମିଳା କହିଛନ୍ତି, ନିର୍ବାଚନ ବିଷୟରେ ନିୟମ କ'ଣ ଆମେ ତାଙ୍କଠୁ ଶିଖିବୁ । ଏମିତି କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ । ସିଏ ମାଡାମ କ'ଣ କି ? ସେଭଳି ଲୋକ କେତେ ଅଛନ୍ତି ଆମ ଦଳରେ । ଜଣଙ୍କ ପାଇଁ ଏତେ ଚର୍ଚ୍ଚା କାହିଁକି । ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି। ସେ କହୁଛନ୍ତି ଦଳରେ ନାହାଁନ୍ତି ତାହାଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା ।