Shreemayee Mishra / "ଅଣଓଡ଼ିଆ ମୁଖିଆଙ୍କ କବ୍ଜାରେ BJD", ମିଛ କହୁଥିବା କହି ଶ୍ରୀମୟୀ ମାଗିଲେ ପ୍ରମାଣ

Key Points
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀଙ୍କୁ ବିଜେଡି ନିଲମ୍ବିତ କରିଥିବା କହିଛି । ଯାହାକୁ ନେଇ ଶ୍ରୀମୟୀ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି । ପ୍ରଥମ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି, "ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ସଦସ୍ୟତା ନବୀକରଣ କରିନାହିଁ ।"
ଭୁବନେଶ୍ଵର: ନିଲମ୍ବନକୁ ଘଣ୍ଟେ । ଆଉ ଘଣ୍ଟାଏ ଭିତରେ ବିଜେଡିକୁ ଗଦାଏ ପ୍ରଶ୍ନ ପଚାରି ସାରିଲେଣି ଶ୍ରୀମୟୀ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଦଳ ଚାଲୁଥିବା କହିବା ସହ ବିଜେଡିକୁ ଶ୍ରୀମୟୀ ମିଶ୍ର ପ୍ରମାଣ ମାଗିଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀଙ୍କୁ ବିଜେଡି ନିଲମ୍ବିତ କରିଥିବା କହିଛି । ଯାହାକୁ ନେଇ ଶ୍ରୀମୟୀ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି । ପ୍ରଥମ ପୋଷ୍ଟରେ ଶ୍ରୀମୟୀ ଲେଖିଛନ୍ତି, "ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ ।"
ଏଥିସହ ପଢ଼ନ୍ତୁ: BJDରୁ ନିଲମ୍ବିତ ପରେ ଶ୍ରୀମୟୀଙ୍କ ବଡ଼ ବିସ୍ଫୋରଣ, କହିଲେ "ଅଣ ଓଡ଼ିଆଙ୍କ ପ୍ରରୋଚନାରେ..."
ଏହା ପରେ ଶ୍ରୀମୟୀ ଆଉ ଏକ ପୋଷ୍ଟ କରି ତାଙ୍କ ସଦସ୍ୟତା ନେଇ ବିଜେଡିକୁ ପ୍ରମାଣ ମାଗିଛନ୍ତି । ଲେଖିଛନ୍ତି, "Can BJD provide me the serial no of membership in their DataBase as they were conducting the membership drive digitally. Like sl no ___... ଗୋଟିଏ ରାଜନୀତିକ ଦଳ ଜଣେ ଅଣଓଡ଼ିଆ ମୁଖିଆଙ୍କ କବଜାରେ ରହି କେଉଁସ୍ତରକୁ ଯାଇ ମିଛ କହିପାରେ, ସତସାହସ ଅଛି ତ ସଦସ୍ୟତା ନବୀକରଣର ରିସିପ୍ଟ କିମ୍ବା ସିରିଏଲ୍ ନମ୍ବର ଦିଅ...?"
📱 Get Argus News App
✨
ଆଉ ଶ୍ରୀମୟୀଙ୍କ ଏହି ପୋଷ୍ଟ ବିଜେଡିରେ "ସନ୍ୟାସୀ" ରାଜର ଅସଲ ମୁଖା ଖୋଲି ଦେଇଛି । ଶ୍ରୀମୟୀ ଲେଖିଛନ୍ତି, "ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର ।"
ଏଥିସହ ପଢ଼ନ୍ତୁ: ଆଉ BJD ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ
ସେ ଆହୁରି ଲେଖିଛନ୍ତି, "ମାଆକୁ ସମ୍ମାନର ଆହ୍ଵାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ । ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ ।"
ଦଳରୁ ନିଲମ୍ବନ ପରେ ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ବିଜେଡିକୁ ଯେତିକି ଘାଇଲା କରୁଛନ୍ତି, ତା'ଠୁ ଅଧିକ ଖୋଲୁଛନ୍ତି ସନ୍ୟାସୀ ସାଜିଥିବା ପାଣ୍ଡିଆନଙ୍କ ପୋଲ୍ । ନିଲମ୍ବନ ନିର୍ଦ୍ଦେଶରୁ ନେଇ ଶ୍ରୀମୟୀଙ୍କ ପୋଷ୍ଟ ସେଇ କଥାକୁ ଦର୍ଶାଉଛି ଯେ, ବିଜେଡିରେ ଯାହା ସବୁ ଚାଲିଛି ତାହା ପଛରେ ସେଇ "ସନ୍ୟାସୀ" ।
Related Topics
Explore more stories