Accident / NHରୁ ଯାଇ ବିଲ ଭିତରେ ଓଲଟିଲା ଘରୋଇ ବସ୍; ୨୫ରୁ ଅଧିକ ଆହତ
·41 mins ago·2 min read

Key Points
ଜାତୀୟ ରାଜପଥରୁ ବିଲ ଭିତରକୁ ଓଲଟିଲା ଘରୋଇ ବସ୍
ଦୁର୍ଘଟଣାରେ ୨୫ ଆହତ, ୨ ଗୁରୁତର ଭୁବନେଶ୍ଵର ସ୍ଥାନାନ୍ତର
ନୟାଗଡ଼ ପଣ୍ଡୁସର ନିକଟ ବାଇପାସ୍ରେ ଦୁର୍ଘଟଣା
ରାତିରେ ଦାରିଙ୍ଗବାଡ଼ିରୁ ଭୁବନେଶ୍ଵର ଆସୁଥିଲା 'ଚକାଡୋଳା' ବସ୍

ନୟାଗଡ଼: ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣା । ଜାତୀୟ ରାଜପଥରୁ ଯାଇ ବିଲରେ ଓଲଟିଲା ବସ୍ । ନୟାଗଡ଼ ପଣ୍ଡୁସର ନିକଟ ବାଇପାସ ଠାରେ ରାସ୍ତାକଡ଼ ବିଲକୁ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।
ଆହତ ଯାତ୍ରୀମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍ଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରୁ ଭୁବନେଶ୍ଵର ଆସୁଥିଲା । ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ଟି ରାସ୍ତାକଡ଼ ବିଲରେ ଓଲଟି ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: AC ବଗିରୁ ସୁନା ଚୋରି ପରେ ତରଳାଇ କରୁଥଲେ ବିକ୍ରି, ଚୋର ସହ ଜୁଏଲାରୀ ମାଲିକ ଗିରଫ
ଓଲଟି ପଡ଼ିଥିବା ବସ୍ 'ଓମ୍ ଚକାଡୋଳା' । ଆହତ ଯାତ୍ରୀଙ୍କ କହିବା ଅନୁସାରେ, "ରାତିରେ ପ୍ରାୟ ଯାତ୍ରୀ ଶୋଇ ପଡ଼ିଥିଲେ । ରାତି ପ୍ରାୟ ସାଢ଼େ ୨ଟା ବେଳେ ହଠାତ୍ ବସ୍ଟି ଓଲଟି ପଡ଼ିଲା । ଦେଖିଲା ବେଳକୁ ବସ୍ଟି ବିଲ ଭିତରେ ଯାଇ ପଡ଼ିଛି । ଆମକୁ ଆମ୍ବୁଲାନ୍ସରେ ଉଦ୍ଧାର କରି ଆଣିଲେ ।"
ବସ୍ ଦୁର୍ଘଟଣା କେତେ ଯେ ଭୟଙ୍କର ଥିଲା ତାହା ଚିତ୍ର ଦେଖିଲେ ଜଣାପଡ଼ୁଛି । ରାସ୍ତା କଡ଼ରେ ଥିବା ସିମେଣ୍ଟ ବ୍ଯାରିକେଡ୍ ସହ ଲୁହା ବ୍ୟାରିକେଡ୍ ଭାଙ୍ଗି ବିଲ ମଝିରେ ଯାଇ ଓଲଟି ପଡ଼ିଛି ବସ୍ଟି । ବସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।
ସେପଟେ ଭୁବନେଶ୍ଵର ପାହାଳ ଥାନା ଅଧୀନ କଞ୍ଚିଲୋ ମୌଜା ମାଇନର କେନାଲ ବନ୍ଧ ରାସ୍ତାରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ବନ୍ଧ ତଳକୁ ଖସି ପଡ଼ିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ବର୍ଷାର ତାଣ୍ଡବ... ୩ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ଚାଳକ ଜଣଙ୍କ କାର୍ ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକ ପାଟି ଶୁଣି ସେଠାରେ ପହଞ୍ଚି କାର୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କେନାଲ ବନ୍ଧ ରାସ୍ତା ଅଣ ଓସାରିଆ ହୋଇଥିବାରୁ ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।
ବନ୍ଧ ରାସ୍ତା ଚଉଡ଼ା କରିବାକୁ ଆଖପାଖରେ ରହୁଥିବା ୪ଟି କଲୋନି ଅଞ୍ଚଳର ବାସିନ୍ଦା ଦାବି କରିଛନ୍ତି । ସୂଚନା ଅନୁସାରେ, ରାତି ପାଖାପାଖି ୧୨ଟା ସମୟରେ ସାଇ ଗାଲକ୍ସି ସିଟି ଅଭିମୁଖେ କାର୍ଟି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories