Videos
|
Odisha

Financial Assistance / ଦୁର୍ଘଟଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି

Sushanta Sahoo
Browse all articles by Sushanta Sahoo
·1 day ago·2 min read
ଦୁର୍ଘଟଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି
Odisha Students to Get Up to ₹2 Lakh Aid After Accidents

Key Points

କୌଣସି ଛାତ୍ରଛାତ୍ରୀ ସ୍କୁଲ୍‌କୁ ଯିବା ଆସିବା ସମୟରେ ଦୁର୍ଘଟଣା କିମ୍ବା ସ୍କୁଲ୍ କୋଠାରେ କୌଣସି ଅଘଟଣ, ମଧ୍ୟାହ୍ନ ଭୋଜନରେ ବିଷକ୍ରିୟାରେ ସମ୍ପୂର୍ଣ୍ଣ ଶାରିରୀକ ଅକ୍ଷମ ହେଲେ କିମ୍ବା ମୃତ୍ୟୁ ଘଟିଲେ ସରକାର ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ।
ଭୁବନେଶ୍ଵର: ସରକାର ବିଦ୍ୟାଳୟରେ ନାମଲେଖାରୁ ନେଇ ପାଠପଢ଼ା, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି ମାଗଣାରେ ମିଳୁଛି । ଗରିବ, ମଧ୍ୟବିତ୍ତ ପରିବାରର ପିଲାଙ୍କ ପାଇଁ ଏହା ବରଦାନ ସାଜିଛି । କହିବାକୁ ଗଲେ ସରକାର ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଉଠାଉଛନ୍ତି ।

ଏବେ ଦୁର୍ଘଟଣା କ୍ଷେତ୍ରରେ ଆହତ ଛାତ୍ରଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁର୍ଘଟଣାରେ ଆହତ, ମୃତ ଛାତ୍ରଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସାରେ, ଅନେକ ସମୟରେ ଦୁର୍ଘଟଣା ଜୀବନ ନେଇ ଯାଏ । ଅଯାଚିତ ମେଡିକାଲ୍ ଖର୍ଚ୍ଚ କରାଏ, ଅନେକ ସମୟରେ ଶାରିରୀକ ଭାବେ ଅକ୍ଷମ କରିଦିଏ । ଯାହା କେବଳ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅନ୍ତରାୟ ସୃଷ୍ଟି କରେ ତା'ନୁହେଁ ପରିବାରର ମେରୁଦଣ୍ଡ ଭାଙ୍ଗି ଦିଏ ।

ଏଥିସହ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; CM କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏ ସବୁକୁ ବିଚାରକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି । ଛାତ୍ରୀଛାତ୍ରୀଙ୍କ ମୃତ୍ୟୁ କିମ୍ବା ଶାରିରୀକ ଅକ୍ଷମ କ୍ଷେତ୍ରରେ ସରକାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବେ । ବିଦ୍ୟାଳୟକୁ ଯିବା କିମ୍ବା ବିଦ୍ୟାଳୟରୁ ଘରକୁ ଫେରିବା ସମୟରେ ଦୁର୍ଘଟଣାରେ ମୃତାହତ କ୍ଷେତ୍ରରେ ଆର୍ଥିକ ସହାୟତା ମିଳିବ ।

କେଉଁମାନେ ପାଇବେ ଆର୍ଥିକ ସହାୟତା ?

ବିଜ୍ଞପ୍ତି ଅନୁସାରେ, ଶିଶୁ ବାଟିକାରୁ ନେଇ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟ ସହ ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ମିଳିବ । ଦୁର୍ଘଟଣାରେ ଆହତ ହେଲେ ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ, ରେଡ୍ କ୍ରସ୍ ସହ ଅନ୍ୟ ଯୋଜନାରେ ସମସ୍ତ ଚିକିତ୍ସା କରାଯିବ ।

କେଉଁ କ୍ଷେତ୍ରରେ କେତେ ସହାୟତା ?

କୌଣସି ଛାତ୍ରଛାତ୍ରୀ ସ୍କୁଲ୍‌କୁ ଯିବା ଆସିବା ସମୟରେ ଦୁର୍ଘଟଣା କିମ୍ବା ସ୍କୁଲ୍ କୋଠାରେ କୌଣସି ଅଘଟଣ, ମଧ୍ୟାହ୍ନ ଭୋଜନରେ ବିଷକ୍ରିୟାରେ ସମ୍ପୂର୍ଣ୍ଣ ଶାରିରୀକ ଅକ୍ଷମ ହେଲେ କିମ୍ବା ମୃତ୍ୟୁ ଘଟିଲେ ସରକାର ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ । ଏଥିପାଇଁ ଏତଲା ସହ ଡିଇଓଙ୍କ ତଦନ୍ତ ରିପୋର୍ଟ ଓ ଶାରିରୀକ ଅକ୍ଷମତା କ୍ଷେତ୍ରରେ ସିଡିଏମ୍ଓଙ୍କ ରିପୋର୍ଟ ଆବଶ୍ୟକ ।

ସେହିଭଳି କୌଣସି ବଡ଼ ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ବାହାର ମେଡିକାଲ୍ ନେଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ବିଇଓ କିମ୍ବା ଡିଇଓଙ୍କ ରିପୋର୍ଟ ସହ ମୁଖ୍ୟ ମେଡିକାଲ୍ ଅଧିକାରୀଙ୍କ ସୁପାରିସ୍ ଆବଶ୍ୟକ ।

ଏଥିସହ ପଢ଼ନ୍ତୁ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ 

ଦୁର୍ଘଟଣାରେ ଆହତ ହୋଇ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ୩ ଦିନର ଅଧିକ ସମୟ ପାଇଁ ଭର୍ତ୍ତି କରାଗଲା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ । ଏଥିପାଇଁ ବିଇଓ କିମ୍ବା ଡିଇଓଙ୍କ ରିପୋର୍ଟ ସହ ମୁଖ୍ୟ ମେଡିକାଲ୍ ଅଧିକାରୀଙ୍କ ସୁପାରିସ୍ ଆବଶ୍ୟକ ।

ତେବେ ଏହି ସହାୟତା ସ୍କୁଲ୍‌ର ପ୍ରଧାନ ଶିକ୍ଷକ, ବିଇଓ, ଡିଇଓଙ୍କ ରିପୋର୍ଟ ସହ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମିଳିବ । ଦୁର୍ଘଟଣାର ୨୪ ଘଣ୍ଟାରେ ଡିଇଓ ଆର୍ଥିକ ସହାୟତା ପ୍ରଦାନ କରିପାରିବେ । ତେବେ ଏହି ସହାୟତା ଛାତ୍ରଛାତ୍ରୀଙ୍କ ମାଆ, ମାଆ ନଥିଲେ ବାପାଙ୍କୁ ପ୍ରଦାନ କରାଯିବ । ବାପାମାଆ କେହି ନଥିଲେ ସହାୟତା ଅର୍ଥ ପ୍ରଦାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେବେ ।