ଜଳିଗଲା ୧୦ ବଖରା ଘର , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
·2 years ago·1 min read

ଅର୍ଗସ ବ୍ୟୁରୋ : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରାରୁ ଉର୍ଦ୍ଧ ଘର । ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗିଯାଇଛି । ଏହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି । ଫତେପୁର ପଞ୍ଚାୟତର ପାର୍ବତୀପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଗ୍ନିକାଣ୍ଡ ଏଭଳି ଉଗ୍ର ରୂପ ନେଇଥିଲା ଯେ ଜଣକ ପରେ ଜଣକ ଘର ପୋଡି ୧୦ରୁ ଉର୍ଦ୍ଧ ବଖରା ପୋଡ଼ିଯାଇଥିଲା । ଗ୍ରାମବାସୀଙ୍କ ଠାରୁ ଭାପୁର ଅଗ୍ନିଶମ ବିଭାଗ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: