ରୋଗୀଙ୍କ ଝିଅ ଉପରେ ଲୋଲୁପ ଦୃଷ୍ଟି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘଟିଲା ଅଭାବନୀୟ ଘଟଣା । ଜଣେ ରୋଗୀଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ । ରାତିରେ ଲିଫ୍ଟରେ ମା'ଙ୍କ ପାଇଁ ମେଡ଼ିସିନ ଆଣିବାକୁ ଏକାକୀ ଯାଉଥିଲେ । ଲିଫ୍ଟରେ ଏହି ସମୟରେ ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ ଅଭିଯୋଗ ହୋଇଛି । କିଛି ମେଡିକାଲ କର୍ମଚାରୀଙ୍କ ଦ୍ୱାରା ଗୁରୁତର ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ । ଆଉ ଏହି କାଣ୍ଡ ଭିଆଛନ୍ତି ଖୋଦ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାଏକ ।
ସୂଚନା ଅନୁସାରେ, ମା’ର ଦୁଇଟି ଯାକ କିଡ଼ନୀ ଖରାପ ହୋଇ ଯାଇଥିବା ବେଳେ ସେବା ଶୁଶ୍ରୁଷା ପାଇଁ ପାଖେପାଖେ ରହୁଥିଲା ନାବାଳିକା ଝିଅ। ମେଡିକାଲରେ ମା’ ପାଖେପାଖେ ଛାଇ ହୋଇ ରହିଥିଲା ଝିଅ । ବୁଝୁଥିଲା ମା’ର ଭଲମନ୍ଦ। ମାତ୍ର କାଲି ରାତିରେ ଘଟିଲା ଅଭାବନୀୟ ଘଟଣା । ନିଜ ଅସହାୟ ମା’ ପାଇଁ ମେଡିକାଲରେ ପଡ଼ି ରହିଥିବା ନାବାଳିକା ଝିଅ ଗତକାଲି ବଳାତ୍କାର ଉଦ୍ୟମର ଶିକାର ହେଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରି ଏକ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ନାବାଳିକାଜଣକ ଏବେ ଗୁରୁତର ଅବସ୍ଥାରେ ଉକ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାୟକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି । ଏ ନେଇ ବିଜେପିର ଏକ ଟିମ ଭେଟି ପୀଡିତା ଏବଂ ସିଡ଼ିଏମଓଙ୍କ ସହ ଭେଟି ଆଲୋଚନା କରିଛନ୍ତି । ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ବିଜେପି ନେତ୍ରୀ ଅର୍ଚନା ଦାସଙ୍କ ସମେତ ବିଜେପି କର୍ମୀ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।