Videos
|
Odisha

Crime In Odisha / ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡା ବିରୋଧରେ ଲାଗିଲା BNSର ସଙ୍ଗୀନ ଦଫା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡା ବିରୋଧରେ ଲାଗିଲା BNSର ସଙ୍ଗୀନ ଦଫା
Police add serious BNS sections against Sridhar Panda

Key Points

ନୟାପଲ୍ଲୀ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା
ଜେଲରେ ଅଭିଯୁକ୍ତ ଶ୍ରୀଧରର ହେବ ଟି.ଆଇ. ପରେଡ୍
ମାଜିଷ୍ଟ୍ରେଟଙ୍କ ତତ୍ତ୍ଵାବଧାନରେ ପୀଡ଼ିତା କରିବେ ଚିହ୍ନଟ
ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି । ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡା ବିରୋଧରେ ଏକାଧିକ ସଙ୍ଗୀନ ଓ ସାଂଘାତିକ ଦଫା ଲଗାଯାଇଥିବା ବେଳେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ପାଇଁ ପ୍ରସ୍ତୁତି ଚାଲିଛି ।

ଦୁଷ୍କର୍ମ ଅଭିଯୁକ୍ତ ଶ୍ରୀଧର ପଣ୍ଡା ବିରୋଧରେ ଲାଗିଲା ସଙ୍ଗୀନ ଓ ସାଂଘାତିକ ଦଫା । BNSର ଧାରା ୬୪(୧) ଅର୍ଥାତ୍ ଦୁଷ୍କର୍ମ କରିବା, ୩୩୨(ବି) ଘରେ ପଶି କ୍ରାଇମ୍ କରିବା ଏବଂ ୩୫୧(୩) ଅନୁଯାୟୀ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ସଙ୍ଗୀନ ଦଫା ଲଗାଇଛି ନୟାପଲ୍ଲୀ ଥାନା ପୋଲିସ ।

ଏଥିସହ ପଢ଼ନ୍ତୁ: ହୋଟେଲ ସମ୍ମୁଖରେ ମାତାଲ ଯୁବକ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଘଣ୍ଟାଏ କାଳ ନିଶାସକ୍ତ ଅବସ୍ଥାରେ କଲେ ହାଇଡ୍ରାମା 

ଅଭିଯୁକ୍ତ ବିରୋଧରେ ଦୃଢ଼ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବା ସହ ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ ଜାରି ରଖିଛି ତଦନ୍ତକାରୀ ଟିମ୍ । ଖୁବଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ପୋଲିସ ଯୋଜନା ରଖିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଜେଲରେ ଅଭିଯୁକ୍ତର ହେବ ଟି.ଆଇ ପରେଡ୍ । ପୀଡ଼ିତା ବା ସାକ୍ଷୀ ଅଭିଯୁକ୍ତକୁ ଚିହ୍ନଟ କରିବେ । ଅଭିଯୁକ୍ତର ପରିଚୟ ନିଶ୍ଚିତ କରିବା ପାଇଁ TI ପରେଡ୍ ହୁଏ । ଜେଲ୍‌ରେ ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ଵାବଧାନରେ ଏହି ପ୍ରକ୍ରିୟା କରାଯାଏ । ଅଭିଯୁକ୍ତଙ୍କ ସହ ସମାନ ଦେଖାଯାଉଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ମିଶାଇ ଏହି ପରେଡ୍ କରାଯାଏ ।

ପରେ ଘଟଣାର ସାକ୍ଷୀଙ୍କୁ ଅଲଗା ଭାବେ ଅଣାଯାଇ ପରେଡ୍‌ରେ ଥିବା ଲୋକଙ୍କ ମଧ୍ୟରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କୁହାଯାଏ । ସାକ୍ଷୀ ଚିହ୍ନଟ କଲେ ମାଜିଷ୍ଟ୍ରେଟ୍ ସେହି ପରିଚୟକୁ ରେକର୍ଡ କରନ୍ତି । ତେବେ ଟି.ଆଇ. ପରେଡ୍‌ କେବଳ ତଦନ୍ତ ସମୟରେ ପରିଚୟ ଯାଞ୍ଚର ଏକ ପ୍ରକ୍ରିୟା ଅଟେ, ଏହା ସିଧାସଳଖ ଅଭିଯୁକ୍ତ ଦୋଷୀ ବୋଲି ପ୍ରମାଣ କରେ ନାହିଁ ।

ଏଥିସହ ପଢ଼ନ୍ତୁ: ଚୋରି କରିବାକୁ ଯାଇ ଖେଳନା ବନ୍ଧୁକ ଦେଖାଇ କରିଥିଲା ଦୁଷ୍କର୍ମ; ଏବେ ପୋଲିସ ଗୁଳିରେ ହେଲା ଘାଇଲା

ଗତ ୩୦ ତାରିଖରେ ଅଭିଯୁକ୍ତ ଶ୍ରୀଧର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରାଇ ଦୁଷ୍କର୍ମ କରିଥିଲା । ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ୨୪ ବର୍ଷୀୟ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା । ରହୁଥିଲା ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣିରେ । ପୋଲିସ ରେକର୍ଡ କହୁଛି, ସନ୍ତୋଷ ଜଣେ ପେଶାଦାର ଅପରାଧୀ । ସେ ପୂର୍ବରୁ ମଧ୍ୟ ଏକାଧିକ ଚୋରି ଓ ଲୁଟ୍ ମାମଲାରେ ଜେଲ୍ ଯାଇସାରିଛି ।