Videos
|
Odisha

Cyclone Akvan / ଦେବଦୂତ ସାଜିଲେ NDRF ଯବାନ; ବାତ୍ୟା ଭୟ ଭିତରେ ଗର୍ଭବତୀଙ୍କୁ ୧୦ କିମି ବୋହି ଆଣିଲେ

Sushanta Sahoo
Browse all articles by Sushanta Sahoo
·37 mins ago·2 min read
ଦେବଦୂତ ସାଜିଲେ NDRF ଯବାନ; ବାତ୍ୟା ଭୟ ଭିତରେ ଗର୍ଭବତୀଙ୍କୁ ୧୦ କିମି ବୋହି ଆଣିଲେ
NDRF Jawans Carry Pregnant Woman 10 KM

Key Points

କାନ୍ଧରେ ଖଟିଆକୁ ଭାର କରି ଯବାନ ଗର୍ଭବତୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ NDRF ଯବାନ । ଦୀର୍ଘ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଲେ ।
ପାରଳାଖେମୁଣ୍ଡି (ଗଜପତି): ଅଟକାଇ ପାରିଲାନି ବାତ୍ୟାର ଭୟ । ପାହାଡ଼ିଆ ରାସ୍ତାରେ ପାଦ ଆଗେଇଲା । କାନ୍ଧରେ ଖଟିଆକୁ ଭାର କରି ଯବାନ ଗର୍ଭବତୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ NDRF ଯବାନ । ଦୀର୍ଘ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଲେ । ବାତ୍ୟା 'ଅକଭାନ'ର ଆତଙ୍କ ଭିତରେ ଗଜପତିରୁ ଆସିଛି ଏଭଳି ଦୃଶ୍ୟ ।

ରାଜ୍ୟ ସରକାର ବାତ୍ୟା 'ଅକଭାନ' ସମୟରେ ସ୍ଥାନାନ୍ତରଣକୁ ଗୁରୁତ୍ଵ ଦେଇଥିଲେ । ଆଉ ଏହି ସମୟରେ ଗଜପତି ଜିଲ୍ଲାରେ ମୁତୟନ ହୋଇଥିବା NDRF ଯବାନ ଜଣେ ଗର୍ଭବତୀଙ୍କ ଲାଗି ଦେବଦୂତ ସାଜିଛନ୍ତି । ବାତ୍ୟା ଭୟ ଭିତରେ ଦୀର୍ଘ ୧୦ କିଲୋମିଟର ରାସ୍ତା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଯବାନ ।

ଏଥିସହ ପଢ଼ନ୍ତୁ: ୧୯୯୫ ପରେ ନଭେମ୍ବର ମାସରେ ବାତ୍ୟା ଦେଖିଲା ଗୋପାଳପୁର 

ଗାଁକୁ ନା ଥିଲା ଗାଡ଼ି ଯିବା ପାଇଁ ରାସ୍ତା, ନା ଥିଲା ଭଲ ପାଦଚଲା ରାସ୍ତା । ବାତ୍ୟାର ଭୟ ଏବଂ ଭୂସ୍ଖଳନର ଆଶଙ୍କା ରହିଥିଲା । ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ କର୍ତ୍ତବ୍ୟରୁ ପଛକୁ ହଟିନଥିଲେ NDRF ଯବାନ । ଅଦମ୍ୟ ସାହସର ପରିଚୟ ଦେଖାଇଛନ୍ତି ଉଦ୍ଧାରକାରୀ ଟିମ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଜପତି ଜିଲ୍ଲା ମୋହନା ବ୍ଲକ୍ ମାଣ୍ଡିମେରା ପଞ୍ଚାୟତ ଅନ୍ତର୍ଗତ ବୁଡ଼ାଗାଁ ଅଞ୍ଚଳରୁ ଗର୍ଭବତୀଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା 'ଅକଭାନ' ସମୟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା ଥିବାରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା ।

ସ୍ଥାନାନ୍ତର ହେଉଥିବା ଲୋକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ସେ ଚାଲି ଚାଲି ଯିବାକୁ ସକ୍ଷମ ନଥିଲେ । ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଖରାପ ଥିଲା। ତଥାପି ହାର ମାନିନଥିଲେ NDRF ଯବାନ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବର୍ତ୍ତମାନ ନାହିଁ ବନ୍ୟା ସ୍ଥିତି, ଖୋଲାଯାଇନି କୌଣସି ଡ୍ୟାମ୍ ଗେଟ୍ 

ଦୀର୍ଘ ୧୦ କିଲୋମିଟର ପର୍ଯ୍ୟନ୍ତ ମହିଳାଙ୍କୁ କାନ୍ଧରେ ବୋହି ପାହାଡ଼ିଆ ରାସ୍ତାରେ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ବାତ୍ୟା ଭୟ ମଧ୍ୟରେ NDRF ଯବାନଙ୍କ ଏହି ନିଃସ୍ୱାର୍ଥପର ସେବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।