ନିଟ୍ ପରୀକ୍ଷାରେ ଜାଲିଆତି, ନକଲି ପରୀକ୍ଷାର୍ଥୀ ସମେତ ୩ ଗିରଫ

ଅର୍ଗସ ବ୍ୟୁରୋ : ନିଟ୍ ପରୀକ୍ଷାରେ ଜାଲିଆତି । ୩ ନକଲି ପରୀକ୍ଷାର୍ଥୀଙ୍କୁ ବାନ୍ଧିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ୍ । ଏଭଳି ଘଟଣା ଘଟିଛି ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ । ନିଟ୍ ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସରଙ୍କୁ ଅବଗତ କରାଯାଇ ଥିଲା । ଆଡ଼ମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ କରିନଥିଲା ।
ପୋଲିସ ତଦନ୍ତବେଳେ ଜଣାପଡିଛି ଯେ, ମୟୁରଭଞ୍ଜର ଶାଶ୍ବତ ତ୍ରିପାଠୀ ନିଟ୍ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ୍ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ଗିରଫ ଯୁବକ ବିହାର ଅଞ୍ଚଳର ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ । ୧୦ ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ଯେଉଁମାନେ ଏଥିରେ ସାମିଲ, ସେମାନଙ୍କୁ ତୁରନ୍ତ ଧରାଯିବ କହିଛନ୍ତି ସଦର ଏସଡିପିଓ ।