Argus News - ନେତାଜୀ ବସ ଷ୍ଟାଣ୍ଡ ବିବାଦ ଥମିବାରେ ନା ଧରୁନି
ନେତାଜୀ ବସ ଷ୍ଟାଣ୍ଡ ବିବାଦ ଥମିବାରେ ନା ଧରୁନି
By: Ritu Das
Odisha| Tue, Nov 7 | 10:28 am
ଅର୍ଗସ ବ୍ୟୁରୋ: ନୂତନ ଭାବେ ନିର୍ମିତ ନେତାଜୀ ବସ ଷ୍ଟାଣ୍ଡ ବିବାଦ ଥମିବାରେ ନା ଧରୁନି। ତରବରିଆ ଭାବେ ଉଦଘାଟିତ ନିର୍ମିତ ବସ ଷ୍ଟାଣ୍ଡ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିଲେ ସୁଦ୍ଧା ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ଏହାରି ଭିତରେ ଦୁଇ ଚକିଆ ଯାନର ପାର୍କିଂ ଫି କୁ ନେଇ ଉଠିଛି ନୂଆ ବିବାଦ। ପାର୍କିଂ ଫି ବାବଦକୁ ୧୦ ଟଙ୍କା ରାଶି ନିଆ ଯାଉଥିବାବେଳେ ରସିଦରେ ଉଲ୍ଲେଖ ଅଛି ଗାଡି ଚୋରି ଓ ଭାଙ୍ଗିଲେ ଦାୟୀ ରହିବେ ନାହିଁ କର୍ତ୍ତୃପକ୍ଷ ।ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବେ ବେଳେ ବେସରକାରୀ ସଂସ୍ଥାକୁ ଦ୍ୱାୟିତ୍ୱ ଦିଆଯାଇଛି ଓ ନୂତନ ବସ ଷ୍ଟାଣ୍ଡ ସିସିଟିଭି ଓ ସିକ୍ୟୁରିଟି ସଜାଗ ଅଛନ୍ତି କଥା କହିଛନ୍ତି ମେୟର।
କଟକ ମେୟରଙ୍କ କହିବାନୁଯାୟୀ ନୂତନ ଭାବେ ନିର୍ମିତ ବସ ଷ୍ଟାଣ୍ଡରେ ସିସିଟିଭି ଓ ୨୪ ଘଣ୍ଟିଆ ସିକ୍ୟୁରିଟିର ବ୍ୟବସ୍ଥା କରାଯାଇଛି। ଯେହେତୁ ବେସରକାରୀ ସଂସ୍ଥାକୁ ଟିକେଟ ନେବା ନେଇ ଦ୍ୱାୟିତ୍ୱ ଦିଆଯାଇଛି ଓ ବସ ଷ୍ଟାଣ୍ଡର ଦ୍ୱାୟିତ୍ୱ କଟକ ଡେଭଲପମେଣ୍ଟ ଅଥରିଟି ହାତରେ ଅଛି, ଏଭଳି ତ୍ରୁଟି ପାଇଁ ଆମେ ଅଧକାରୀ ସହ ଆଲୋଚନା କରିବୁ। କଟକ ଡେଭଲପ୍ମେଣ୍ଟ ଅଠରୀଟିର ଭାଇସ ଚେୟାରମ୍ୟାନ ପବନ କଲ୍ୟାଣକ୍ୟାମେରା ସାମ୍ନାରେ କିଛି ନ କହିଥିଲେ ବି ଏଭଳି ତ୍ରୁଟିର ସମାଧାନ ଖୁବଶୀଘ୍ର ହେବ। ଏନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
Sponsored By!
No ad found
Related Articles :