ନବବଧୂ ହତ୍ୟା , ଥାନାରେ ଅଭିଯୋଗ ନ କରିବା ପାଇଁ ବିଜେଡ଼ି ନେତାଙ୍କ ଧମକ

ଜଗତସିଂହପୁର : ଏରସମା ବ୍ଲକ ଆମ୍ବିକି ଗ୍ରାମ ପଞ୍ଚାୟତ କିଆଦା ଗାଁ ର ସାହାଗାଁ ପଡ଼ା ର ରଶ୍ମିରଞ୍ଜନ ପରିଡ଼ା ଏବଂ ତାଙ୍କ ପରିବାର ନାମରେ ନବ ବଧୂ ହତ୍ୟା ଅଭିଯୋଗ। ବିବାହ ଚାରି ମାସ ନ ପୁରୁଣୁ ନବବଧୂକୁ ହତ୍ୟା କରାଯାଇଥିବା ଏରସମା ଥାନାରେ ଅଭିଯୋଗ ହୋଇଛି ।ଥାନାରେ ଅଭିଯୋଗ ନ କରିବା ପାଇଁ ବିଜେଡ଼ି ନେତା ସୁଶାନ୍ତ ମାଇଟି ଧମକ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର।ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇଁନ ଥାନା ଅଧୀନ ରାମନଗର ଗାଁ ର ଭରତ ଦାସ ଙ୍କ ଝିଅ ସୋନାଲି ଦାସ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କିଆଦା ଗାଁ ର ସାହାଗାଁ ପଡ଼ା ର ମାଧବାନନ୍ଦ ପରିଡ଼ା ଙ୍କ ପୁଅ ରଶ୍ମିରଞ୍ଜନ ପରିଡ଼ା ଙ୍କୁ ଦିର୍ଘ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ହେଲେ ବିବାହର ଚାରି ମାସ ନପୁରୁଣୁ ସୋନାଲି ଦାସ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ଅନ୍ୟ ପଟେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପୂର୍ବରୁ ବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମରାଯାଇଥିଲା , ଭଦ୍ରଲୋକଙ୍କ ଉପସ୍ଥିତି ରେ ଆପୋଷ ସମାଧାନ ହୋଇଥିଲା । ଏହାକୁ ନେଇ ଏରସମା ଥାନା କୁ ଖବର ଦେବାପରେ ଥାନ ଅଧିକାରୀ ନିରଞ୍ଜନ ଦାସ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସୋନାଲି ଙ୍କ ବାପ ଘରକୁ ଜଣାଇଥିଲେ । ସୋନାଲି ର ମୃତ୍ୟୁ ଖବର ପାଇ ବାପ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଝିଅର ମୃତ ଶରୀର ରେ କ୍ଷତ ଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।ସ୍ବାମୀ ରଶ୍ମିରଞ୍ଜନ ଙ୍କୁ ଏରସମା ପୋଲିସ ଥାନରେ ଅଟକ ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ୍ ତଥ୍ୟ ସାମ୍ନାକୁ ଆସିବ ।