Girl Child Scheme / ଝିଅଙ୍କ ପାଇଁ ଆସିଲା ଦମଦାର ସ୍କିମ୍

Key Points
ଝିଅଙ୍କ ପାଇଁ ଆସିଲା ଦମଦାର ସ୍କିମ୍
୧୮ ହଜାର ଦେବେ ୮ ଲକ୍ଷ ପାଇବେ
ପ୍ରତି ଝିଅଙ୍କ ବାପା, ମାଆ ହେବେ ଚିନ୍ତା ମୁକ୍ତ
ଝିଅଟିଏ ଜନ୍ମ ହେଲେ ପ୍ରତ୍ୟେକ ବାପା-ମାଆଙ୍କର ଚିନ୍ତା ଥାଏ ଝିଅର ଭବିଷ୍ୟତକୁ ନେଇ । ସବୁ ବାପା, ମାଆଙ୍କର ଇଚ୍ଛା, ତାଙ୍କ ଝିଅର ପଢ଼ା ପାଇଁ ହେଉ ବା ବାହାଘର ପାଇଁ ହେଉ ପଇସାର ଅଭାବ ନହେଉ । ସେଥିପାଇଁ ଅଭିଭାବକ ମାନେ ଚିନ୍ତାରେ ଥାନ୍ତି ଯେ କେଉଁଥିରେ ନିବେଶ କଲେ ସଠିକ୍ ମୂଲ୍ୟ ପାଇପାରିବେ ।
ତେବେ ସରକାରଙ୍କ ଲୋକପ୍ରିୟ ତଥା ଲାଭଦାୟକ ଯୋଜନା ଭିତରୁ ଗୋଟିଏ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା (SSY) । ଖାସ୍ କରି ଝିଅଙ୍କ ସୁରକ୍ଷିତ ଭବିଷ୍ୟତକୁ ଉଜ୍ଜଳ କରିବାକୁ ଏହି ଯୋଜନା । ଏଥିରେ କମ୍ ପରିମାଣର ନିବେଶ ଆପଣଙ୍କୁ ଲଙ୍ଗ ଟର୍ମରେ ଲାଭ ହିଁ ଲାଭ ଦେବ । ଯଦି ଝିଅ ନାଁରେ ବର୍ଷକୁ ୧୮ ହଜାର ଜମା ରଖନ୍ତି ମ୍ୟାଚ୍ୟୁରିଟି ସମୟରେ ଆପଣଙ୍କୁ ମିଳିବ ୮ ଲକ୍ଷ ୩୧ ହଜାର ୩୦୯ ଟଙ୍କା ।
ଏଥିସହ ପଢ଼ନ୍ତୁ: ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି
📱 Get Argus News App
✨
ଏହି ଯୋଜନାରେ ସରକାର ଦେଉଛନ୍ତି ବାର୍ଷିକ ସୁଧହାର ୮.୨ ପ୍ରତିଶତ । ସବୁଠାରୁ ସୁବିଧା କଥା ହେଉଛି ଆପଣ ୧୫ ବର୍ଷ ଯାଏଁ ବର୍ଷକୁ ୧୮ ହଜାର ଲେଖାଏଁ ଜମା କରିବେ ଏବଂ ୨୧ ବର୍ଷରେ ସ୍କିମ୍ ମ୍ୟାଚ୍ୟୁର ହେବ । ଏହାର ଅର୍ଥ ଯଦି ଆପଣ ବର୍ଷକୁ ୧୮ ହଜାର ଜମା କରୁଛନ୍ତି ୧୫ ବର୍ଷରେ ଆପଣଙ୍କ ନିଜସ୍ଵ ଜମା ରାଶି ୨ ଲକ୍ଷ ୭୦ ହଜାର ହେବ । କିନ୍ତୁ ୮.୨ ସୁଧ ହିସାବରେ ୨୧ ବର୍ଷରେ ଆପଣଙ୍କୁ ୮ ଲକ୍ଷରୁ ଅଧିକ ଟଙ୍କା ମିଳିବ । ନିବେଶ ସମୟ ସହ ଉଚ୍ଚ ସୁଧ ହାର ଆପଣଙ୍କ ଝିଅକୁ ସୁରକ୍ଷିତ ଫଣ୍ଡ୍ ଆକାରରେ ମିଳିବ ।
ଆହୁରି ପଢନ୍ତୁ ହସ୍ତତନ୍ତ କେବଳ ରୋଜଗାର ନୁହେଁ , ଓଡ଼ିଆଙ୍କ ପରିଚୟ
ସୁକନ୍ୟା ସମୃଦ୍ଧି ଯୋଜନା ଅଭିଭାବକଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି । ଏଥିରେ ଯାହା ନିବେଶ କରିବେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ । ଆପଣଙ୍କ ଟଙ୍କା ଗ୍ୟାରେଣ୍ଟି ରିଟର୍ଣ୍ଣ ସହ ଆପଣଙ୍କ ପାଖକୁ ଫେରିବ । ବିଶେଷ କରି ଏହା ମଧ୍ୟବିତ୍ତ ପରିବାର ପାଇଁ ସବୁଠୁ ଭଲ ସଞ୍ଚୟ ଉପାୟ । ଝିଅ ବଡ଼ ହେବାବେଳକୁ ଏହା ଏକ ମଜବୁତ୍ ଫଣ୍ଡ ପ୍ରସ୍ତୁତ କରିସାରିଥିବ । ଏହି ଯୋଜନା ବାବଦରେ ଆପଣଙ୍କ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ବୁଝନ୍ତୁ । ଏହି ସ୍କିମର ଲାଭା ଉଠାନ୍ତୁ ।
Related Topics
Explore more stories