Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋହନ ସରକାରଙ୍କ ପାଇଁ ରେକର୍ଡିଂ ହେଲା ନୂଆ ଗୀତ

Swayangprajna Mishra
Browse all articles by Swayangprajna Mishra
·2 years ago
ମୋହନ ସରକାରଙ୍କ ପାଇଁ ରେକର୍ଡିଂ ହେଲା ନୂଆ ଗୀତ

କଟକ : ରାଜ୍ୟରେ ନୂତନ ମୋହନ ସରକାରଙ୍କ ପାଇଁ କଟକରେ ରେକର୍ଡିଂ ହେଲା ଓଡ଼ିଆ ଗୀତ। କଟକ SK ଷ୍ଟୁଡିଓରେ ଉଭୟ ପୁରୁଷ ଓ ମହିଳା କଣ୍ଠରେ ଏହି ଗୀତଟି ରେକର୍ଡିଂ କରାଯାଇଛି। ଓଡ଼ିଶାରେ ପରିବର୍ତ୍ତନ ବିଷୟକୁ ନେଇ ରେକର୍ଡିଂ ହୋଇଛି ଗୀତ। ଏହି ଗୀତରେ ବିଜେଡି ସରକାରଙ୍କ ବିଫଳତା ଓ ବର୍ତ୍ତମାନ ନୂତନ ବିଜେପି ସରକାରଙ୍କ ସଫଳତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର

ସୁରେଶ ବିଶ୍ଵାଳଙ୍କ ଦ୍ଵାରା ଲିଖିତ ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁଧୀର କୁମାର। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅଲିଭା ମହାପାତ୍ର ଓ ପିଣ୍ଟୁ। ଖୁବଶୀଘ୍ର ଏହି ଗୀତଟି ମୁକ୍ତିଲାଭ କରିବାକୁ ଯାଉଛି ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New song recorded for Mohan goverment | Argus News