Flood Fury / ବନ୍ୟା ପାଣି ଧୋଇ ନେଲା ୩୦୦ ଫୁଟ୍ ଲମ୍ବ ଏନ୍ଏଚ୍-୨୦ ରାସ୍ତା
·1 hour ago·2 min read

Key Points
ଏନ୍ଏଚ୍-୨୦ରେ ପ୍ରାୟ ୩୦୦ ଫୁଟ୍ ଲମ୍ବ କଂକ୍ରିଟ୍ ରାସ୍ତା ଧୋଇ ନେଇଛି ବନ୍ୟା ପାଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି ।
ଚାନ୍ଦବାଲି (ଭଦ୍ରକ): ବର୍ଷା ଛାଡ଼ୁନି, ବଢ଼ି ପାଣି ଛିଡ଼ୁନି । ବନ୍ୟା ବିତ୍ପାତ ଭିତରେ ଧୋଇ ହୋଇ ଯାଇଛି ଜାତୀୟ ରାଜପଥ । ଏନ୍ଏଚ୍-୨୦ରେ ପ୍ରାୟ ୩୦୦ ଫୁଟ୍ ଲମ୍ବ କଂକ୍ରିଟ୍ ରାସ୍ତା ଧୋଇ ନେଇଛି ବନ୍ୟା ପାଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି ।
ଭଦ୍ରକର ଆରଡ଼ିରୁ ଯାଜପୁରର କୁଆଖିଆକୁ ସଂଯୋଗ କରୁଛି ଜାତୀୟ ରାଜପଥ ୨୦ । ଏବେ ବନ୍ୟାରେ ଏନ୍ଏଚ୍-୨୦ର ପ୍ରାୟ ୧ କିଲୋମିଟର ଲମ୍ବ ରାସ୍ତା ଧୋଇ ଯାଇଛି । ଓଳଗ ପଞ୍ଚାୟତ ବୋଡ଼କ ନିକଟରେ ୩୦୦ ଫୁଟ୍ ଲମ୍ବ ରାସ୍ତାକୁ ଧୋଇ ନେଇଛି ବନ୍ୟା ପାଣି ।
ଏଥିସହ ପଢ଼ନ୍ତୁ: ନଦୀ ପାର୍ ବେଳେ ଡଙ୍ଗା ନିକଟରୁ ଜଣଙ୍କୁ ଟାଣି ନେଲା କୁମ୍ଭୀର
କଂକ୍ରିଟ ରାସ୍ତା ଧୋଇଯିବା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଅବସ୍ଥା ଏପରି ହୋଇଛି ଯେ, ଏବେ ଗାଡ଼ି ତ ଦୂରର କଥା ଲୋକେ ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । କେଉଁଟା ରାସ୍ତା, କେଉଁଠି ଜମି ଓ କେଉଁଠି ଖାଲ ଜାଣିବା କଷ୍ଟକର ହୋଇ ପଡ଼ୁଛି ।
ଜାତୀୟ ରାଜପଥ ୨୦ ଉପରେ ଏବେ ବୈତରଣୀ ନଦୀର ବନ୍ୟା ପାଣିର ସୁଅ ରହିଛି । ନଦୀ ଓ ରାସ୍ତା ଏକାକାର ହୋଇଯାଇଛି । ଅନବରତ ନଦୀର ବନ୍ୟା ପାଣି ରାସ୍ତା ଉପରେ ବୋହୁଥିବାରୁ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଢଳେଇ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।
୨୦ ଦିନ ହେଲା ରାସ୍ତା ବନ୍ଦ
ଗତ ୨୦ ଦିନ ହେଲା ଏହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଆରଡ଼ିରୁ ଯାଜପୁର, କୁଆଖିଆ, କଟକ ଓ ଭୁବନେଶ୍ୱରକୁ ଯାତାୟାତ କରୁଥିବା ଲୋକେ ଅନେକ ହଇରାଣ ହେଉଛନ୍ତି । ବିଶେଷ କରି ଯାଜପୁର ପଟରୁ ଆରଡ଼ିକୁ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସୁଥିବା ଲୋକେ ରାସ୍ତା ବନ୍ଦ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ବର୍ଷା-ବନ୍ୟାରେ ବେହାଲ ଓଡ଼ିଶା ୧୭୪ ସ୍କୁଲ୍-ଅଙ୍ଗନବାଡ଼ିରେ ତାଲା
ସେପଟେ ବୋଡ଼କ ଗାଁର ଲୋକମାନେ ମଧ୍ୟ ଯାତାୟାତ ପାଇଁ ଅତ୍ୟଧିକ ହଇରାଣ ହେଉଛନ୍ତି । ତୁରନ୍ତ ରାସ୍ତା ମରାମତି କରି ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories