Soumya Death Case / ନିଲମ୍ବିତ ୪ ପୋଲିସ କର୍ମଚାରୀ ଓ ସୌମ୍ୟଙ୍କ ପରିବାରକୁ ପଚରାଉଚରା କରିବ NHRC ଟିମ୍
·1 hour ago·2 min read

Key Points
ପୋଲିସ ଉପସ୍ଥିତି ରେ କେମିତି ହେଲା ମବ୍ ଲିଚିଂ ? ପୋଲିସ ସେ ସମୟରେ ଭିଡ଼ ହିଂସା ରୋକିବାକୁ କ'ଣ ପଦକ୍ଷେପ ନେଇଥିଲା ?
ଭୁବନେଶ୍ଵର: ବାଲିଅନ୍ତାରେ ଭିଡ଼ ଭିତରେ ସୌମ୍ୟ ହତ୍ୟା ଘଟଣା । ୫ ଦିନିଆ ଭୁବନେଶ୍ବର ଗସ୍ତରେ ଆସି ତଦନ୍ତ ଆରମ୍ଭ କରିଛି NHRCର ୨ ଜଣିଆ ଟିମ୍ । ତଦନ୍ତର ପ୍ରଥମ ଦିନରେ ପୂର୍ବତନ ବାଲିଅନ୍ତା ଥାନା ଅଧିକାରୀ ଅନିଲ ପରିଡ଼ିଙ୍କୁ ପଚରାଉଚରା କରାଯାଇଛି ।
GRP ଥାନା ରିଜର୍ଭ ଇନ୍ସପେକ୍ଟର ମଧ୍ୟ ହାଜର ହୋଇଛନ୍ତି । ଭିଡ଼ ହତ୍ୟାର ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି NHRC ଟିମ୍ । ତଦନ୍ତ ପରିସରକୁ ଆସିପାରନ୍ତି ବିବାଦୀୟ ଥିବା ତତ୍କାଳୀନ ଏଡିଜି ଦୟାଲ ଗଙ୍ଗୱାର ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ
ବାଲିଅନ୍ତା ଭିଡ଼ ହିଂସା ଘଟଣାର NHRCର ତଦନ୍ତ ଆରମ୍ଭ ହୋଇଛି । ଜାତୀୟ ମାନବାଧିକାର କମିଶନଙ୍କ ଦୁଇ ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ତତ୍କାଳୀନ ବାଲିଅନ୍ତା ଥାନା ଅନିଲ କୁମାର ପରିଡା ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ।
ଘଟଣାର କେତେ ସମୟ ପରେ ପୋଲିସ ସ୍ପଟରେ ପହଞ୍ଚିଲା । ପୋଲିସ ଉପସ୍ଥିତି ରେ କେମିତି ହେଲା ମବ୍ ଲିଚିଂ । ପୋଲିସ ସେ ସମୟରେ ଭିଡ଼ ହିଂସା ରୋକିବାକୁ କ'ଣ ପଦକ୍ଷେପ ନେଇଥିଲା ? କାହିଁକି ପୋଲିସ ଅଟକାଇବାରେ ବିଫଳ ହଲା ?
ଏସବୁ ଦିଗ ନେଇ ତଦନ୍ତ ଆରମ୍ଭ କରିଛି NHRC । ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା କଣ ସବୁ ତଦନ୍ତ କରିଛନ୍ତି ସେନେଇ ମଧ୍ୟ ତଦାରଖ କରୁଛି ଟିମ୍ । NHRC ଟିମ୍ ସୂଚନା ଅନୁସାରେ, ଦୁଇଟି ଦିଗ ନେଇ NHRC ଟିମ ୫ ଦିନ ଧରି ତଦନ୍ତ କରିବ ।
ସୌମ୍ୟଙ୍କ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେଉଁମାନଙ୍କ ଭୂମିକା ରହିଛି ସେମାନଙ୍କୁ ଜେରା କରାଯିବ । ନିଲମ୍ବିତ ୪ ପୋଲିସ କର୍ମଚାରୀ, ସୌମ୍ୟଙ୍କ ପରିବାର, ଅଭିଯୋଗକାରିଣୀ ଦୁଇ ଯୁବତୀ ଓ ସୌମ୍ୟଙ୍କ ସାଙ୍ଗ ଓମ୍କୁ NHRC ଟିମ୍ ପଚରାଉଚରା କରିବ ।
ଏଥିସହ ପଢ଼ନ୍ତୁ: ଆମ୍ବ ଆକର୍ଷଣରେ ଆସି ହାତୀ ହେଲା ହତ୍ୟାର ଶିକାର, ୧୦ ଫୁଟ୍ ତଳେ ପୋତିଦେଲେ
ଉଚ୍ଚ ଅଧିକାରୀଙ୍କ ଦ୍ୱାରା ନିମ୍ନ ସ୍ତରୀୟ ପୋଲିସକୁ ଘରୋଇ କାମରେ ଲଗାଯାଇଥିବା ନେଇ ମଧ୍ୟ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ । ଘଟଣାରେ ADG ଦୟାଲ ଗଙ୍ଗୱାର ଛନ୍ଦି ହୋଇଥିବାବେଳେ ତାଙ୍କୁ ମଧ୍ୟ ପଚରାଉଚରା କରିପାରେ ଟିମ୍ ।
ମେ ୭ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ ଉପରେ ଗାଡ଼ି ଦୁର୍ଘଟଣା ଓ ଜୁବତୀ ଙ୍କୁ ଅସଦାଚରଣ ଅଭିଯୋଗରେ GRP କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପ୍ରଥମେ କ୍ୟାପିଟାଲ ଥାନା ପୋଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଏବେ ସୁଦ୍ଧା ସୌମ୍ୟଙ୍କୁ ହତ୍ୟା ଘଟଣାରେ ୧୭ ଜଣ ଗିରଫ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories