Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ନାଁ ରେ ଏତଲା ଦେବ ନିଖିଳ ଓଡ଼ିଶା ଠିକାଦାର ମହାସଂଘ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନବୀନଙ୍କ ନାଁ ରେ ଏତଲା ଦେବ ନିଖିଳ ଓଡ଼ିଶା ଠିକାଦାର ମହାସଂଘ

Key Points

 

  • ନବୀନ ପଟ୍ଟନାୟକଙ୍କ ନାଁରେ ହେବ ଏତଲା 
  • ନବୀନଙ୍କ ସମେତ କିଛି ପୂର୍ବତନ ମନ୍ତ୍ରୀ ଓ ସଚିବ ଏହି ଲିଷ୍ଟରେ ସାମିଲ 
  • ଅଣ୍ଟା ଭିଡ଼ିଲା ନିଖିଳ ଓଡ଼ିଶା ଠିକାଦାର ମହାସଂଘ

ଅର୍ଗସ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଆସନ୍ତାକାଲି ମଞ୍ଚେଶ୍ଵର ଥାନାରେ ଏତଲା ଦେବ । କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବୀର ବିକ୍ରମ ଯାଦବଙ୍କ ନାମରେ ଏତଲା ଦିଆଯିବ। ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା କରିବା ଅଭିଯୋଗରେ ଏତଲା ଦିଆଯିବ ବୋଲି କହିଛନ୍ତି ମହାସଂଘର ସଭାପତି ପ୍ରଭାତ ଦାଶ ।  

ଅଧିକ ପଢନ୍ତୁ ଓଡିଶା ଖବର

ବଡ଼ ପ୍ରୋଜେକ୍ଟ କରି ରାଜ୍ୟ ର ଠିକାଦାରଙ୍କୁ ଟେଣ୍ଡର ଦେବା,  ଓଡ଼ିଶାର ଠିକାଦାରଙ୍କୁ ବଡ଼କାମକୁ ଭାଗଭାଗ କରି ଦେବା, ପ୍ରତିବର୍ଷ ଆନୁଷଙ୍ଗିକ ଉପରକରଣ ଦର ବୃଦ୍ଧି କରିବା, ୧୪ .୯୯ ପ୍ରତିଶତ ପ୍ରକ୍ରିୟା ବନ୍ଦ କରିବା, ଲାଇସେନ୍ସଧାରୀଙ୍କ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସମସ୍ତ ନିୟମାବଳୀକୁ ପ୍ରତ୍ୟାହାର କରିବା ଭଳି ୧୦ଟି ଦାବି 2019 ମସିହା ରେ ସଙ୍ଘ ଦାବି ଉପସ୍ଥାପନ କରିଥିଲା। ଯାହାକୁ ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ସାଢ଼େ ୪ ବର୍ଷ ପରେ କୌଣସି ଗୋଟିଏ ଦାବି ପୂରଣ କରାଯାଇ ନାହିଁ ତେଣୁ ଉକ୍ତ କମିଟି ବିରୋଧରେ ଏତଲା ଦେବ ମହାସଂଘ । ଆସନ୍ତାକାଲି ଦିନ 11 ଟା ସମୟରେ ସଙ୍ଘ ର 200 ରୁ ଅଧିକ ଠିକାଦାର ଏକତ୍ର ହୋଇ ମଞ୍ଚେସ୍ଵର ଥାନାରେ ଏତଲା ଦେବ ସଙ୍ଘ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nikhil odisha Developers Association will gave allegation against naveen patnaik | Argus News