Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ବାବୁ

Odisha

ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ବାବୁ

Jitendra Dash
Browse all articles by Jitendra Dash
·2 years ago·1 min read
ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ବାବୁ

ଅର୍ଗସ ବ୍ୟୁରୋ : ଅଫିସରେ କାମ କରୁଛନ୍ତି ଅଜଣା ଲୋକ l ସାଧାରଣ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଟିବାରେ ଲାଗିଛନ୍ତି ଅଜଣା ଲୋକ । କାହା ଆଦେଶରେ କାମ କରୁଛନ୍ତି  ଏହି ଅଜଣା ବାବୁ ଜଣକ । ଅଫିସ ଭିତରେ ପଶି ଲାପଟପ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରୁଛନ୍ତି ବାବୁ ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ନିଶ୍ଚିନ୍ତକୋଇଲି ଆରଆଇ ଅଫିସରେ ଗତ କିଛି ଦିନ ହେବ ସିଲୁ ବୋଲି ଜଣେ ଅଜଣା ଯୁବକ ଅଫିସ ଭିତରେ ପଶି କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ନାକ ତଳେ ରହିଛି ଏହି ଅଫିସ । କିନ୍ତୁ କେମିତି ଜାଣିପାରିଲେ ନାହିଁ ତହସିଲଦାର ବାବୁ । ଏପଟେ ଏହି ଅଜଣା ଲୋକଟି ସାଧାରଣ ଗରିବ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଘଟଣାକୁ ତଦନ୍ତ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
nischintakoili ri office corporation | Argus News