Videos
|
Odisha

ଫସିବନି ଆମ୍ବୁଲାନ୍ସ, ଲେଟ ହେବନି ଅଫିସ, NIT ଛାତ୍ରଛାତ୍ରୀଙ୍କ ନୂଆ ଟ୍ରାଫିକ ଡିଭାଇସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଫସିବନି ଆମ୍ବୁଲାନ୍ସ, ଲେଟ ହେବନି ଅଫିସ, NIT ଛାତ୍ରଛାତ୍ରୀଙ୍କ ନୂଆ ଟ୍ରାଫିକ ଡିଭାଇସ

ରାଉଲକେଲା : ଆଉ ରହିବନି ଟ୍ରାଫିକ ସମସ୍ୟା। ଟ୍ରାଫିକ ରେ ବେସୀ ସମୟ ଗାଡ଼ି ଅଟକିବନି। ଭିଡ଼ରେ ଫସିବନି ଆମ୍ବୁଲାନ୍ସ  କି ଲେଟ୍ ହେବନି ଅଫିସ। ଚର୍ଚ୍ଚା ରେ Nit ରାଉଲକେଲା ଛାତ୍ର ଛାତ୍ରୀଙ୍କ ନୂଆ ଡିଭାଇସ୍। ଏହି ଡିଭାଇସ୍ କୁ ତିଆରି କରିବା ପାଇଁ ଲାଗିଛି ଦୀର୍ଘ 5 ବର୍ଷ। ତିଆରି କରିଛନ୍ତି ଏପରି ଏକ ଡିଭାଇସ୍ ଯାହା ଦ୍ଵାରା ଟ୍ରାଫିକ ରେ ଅପର୍ଜୟ ହେବନି ଅଧିକ ସମୟ କି ବାଧା ପ୍ରାପ୍ତ ହେବନି ଜରୁରୀ ସେବା। ଗାଡ଼ି ସଂଖ୍ୟା ଦେଖି ଆପେ ଆପେ ବଦଳିଯିବ ସିଗ୍ନାଲ। ତା ସହ ଟ୍ରାଫିକ ପାର ହେଲେ ଧରାପଡିଯିବ ଅପରାଧୀ।

ଏହି ଡିଭାଇସ୍ ରେ ସିଗ୍ନାଲ ରେ କେତେ ଗାଡ଼ି ରହିଛି ଯଦି ଆମ୍ବୁଲାନ୍ସ ଆସେ କିପରି ଗ୍ରୀନ୍ ସିଗ୍ନାଲ କରି ଆମ୍ବୁଲାନ୍ସ କୁ ଛଡାଯିବ। ଏଥିରେ nit ର ପିଏଚଡି ଛାତ୍ର ଛାତ୍ରୀ ତିଆରି କରିଛନ୍ତି। ଏବଂ ରାଉଲକେଲା ରେ କିପରି ଏହି ଡିଭାଇସ୍ କାମ କରିବା ତାକୁ ନେଇ ଚାଲିଛି ଅନେକ ତର୍ଜମା। ସରକାର ଆପୃଭ କରିଲେ ଏହି ସିଷ୍ଟମ ସବୁଆଡେ ଲାଗି ପାରିବ ବୋଲି କହିଛନ୍ତି ଏନଆଇଟି ପ୍ରଫେସର ଡଃ ସନ୍ତୋଷ କୁମାର ଦାସ।

ଅଧିକ ପଢନ୍ତୁ : ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ , ଗୋଟିଏ କଲରେ ମିଳିବ ସବୁ ସୁବିଧା..

ଏହି ଡିଭାଇସ୍ ଯଦି ରାଉଲକେଲା ତଥା ସମସ୍ତ ଟ୍ରାଫିକ ସିଗ୍ନାଲ ରେ ଲାଗିବ ତାହାହେଲେ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା ଦୂର ହୋଇଯିବ। ରାଉଲକେଲା ରୁ କ୍ୟାମେରା ମ୍ୟାନ ରବି ଦାସ୍ ଙ୍କ ସହ ସସ୍ମିତା ପୃଷ୍ଟି ଙ୍କ ରିପୋର୍ଟ ଅର୍ଗସ ନିୟୁଜ୍ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
NIT students made new device for traffic | Argus News