No Petrol without PUC / ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ମିଳିବନି ପେଟ୍ରୋଲ୍, ଡିଜେଲ୍
·8 months ago·2 min read

Key Points
ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍/ଡିଜେଲ୍ ମିଳିବ ନାହିଁ
ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଲା ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା
ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି STAର ପଦକ୍ଷେପ

ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ଆଉ ମିଳିନପାରେ ପେଟ୍ରୋଲ ଓ ଡିଜେଲ । ଏନେଇ ସମସ୍ତ ତୈଳ ବିତରଣକାରୀ କମ୍ପାନୀକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ବିଭାଗ । ସମସ୍ତ ପ୍ରମୁଖ ତୈଳ ବିତରକ IOCL, BPCL, HPCL ସହ ଅନ୍ୟ ତୈଳ କମ୍ପାନୀକୁ ଏହି ଚିଠି ଲେଖିଯାଇଛି ।
ଏସବୁ ତୈଳ କମ୍ପାନୀ ଅଧୀନରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକୁ ପ୍ରଦୂଷଣ ସାର୍ଟିଫିକେଟ୍ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି । ବୃଦ୍ଧି ପାଉଥିବା ପ୍ରଦୂଷଣ ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି କରାଯାଇଛି । ସଡ଼କ ସୁରକ୍ଷା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ନିୟମ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚିଠିରେ ଚେତାବନୀ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା, ଆଗକୁ ଅଣନିଶ୍ବାସୀ ହେବ ରାଜଧାନୀ
ସେପଟେ ଭୁବନେଶ୍ବରରେ ଦିନକୁ ଦିନ ବାୟୁର ଗୁଣବତ୍ତା କମିବାରେ ଲାଗୁଛି । ୩୦୦ ପାର କଲାଣି ରାଜଧାନୀର AIR QUALITY INDEX । ଦିଲ୍ଲୀ ପରି ଭୁବନେଶ୍ୱରର ହେବନି ତ ପରିସ୍ଥିତି । ସଚେତନ ନ ହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ ।
ଶୀତ ଦିନରେ ହେଉଥିବା ପ୍ରଦ୍ୟୁଷଣ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଦୁଇ ତଳେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନର AQI ବଢାଇଛି ଚିନ୍ତା । DAV ୟୁନିଟ ୮ରେ AQI ସ୍ତର ୩୦୯ ଥିବା ବେଳେ ମଞ୍ଚେଶ୍ୱରରେ AQI ୩୧୬ ରହିଥିଲା । ସେମିତି ମାଷ୍ଟର କ୍ୟାଣ୍ଟିନରେ ୩୨୬, ରମାଦେବୀ କଲେଜ ପାଖରେ ୩୧୫, ଇମ୍ଫୋସିଟିରେ ୨୬୯, କିଟ୍ ୨୮୩, ଖଣ୍ଡଗିରିରେ ୩୬୬, ରିଜନାଲ ପ୍ଲାଣ୍ଟରେ ୩୨୯, ଲିଙ୍ଗରାଜ ମନ୍ଦିର ପାଖରେ ୩୪୮, କଳିଙ୍ଗ ହସ୍ପିଟାଲ ପାଖରେ ୩୨୧ ରହିଥିଲା । ଯାହା ଜନ ଜୀବନ ପାଇଁ ସାଧାରଣ କଥା ନୁହେଁ । ଅତ୍ୟଧିକ ବାୟୁ ପ୍ରଦ୍ୟୁଷଣ ପାଇଁ ରୋଗରେ ପଡନ୍ତି ଲୋକେ। ଏବେ ରାଜଧାନୀ ର AQI ୩୦୦ ପାର ପରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶ ବିତ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜଧାନୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇନି । ଏପଟେ ଲୋକ ସଚେତନ ହେଉନାହାନ୍ତି । ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ପ୍ରତିଷ୍ଠାନ, ଦୃତ ସହରୀକରଣ ଏବଂ ବେଲଗାମ ଚାଲିଥିବା ନିର୍ମାଣ କାମ ଦ୍ଵାରା ବଢୁଛି ପ୍ରଦୂଷଣ । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ଦୀର୍ଘ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି ।
Related Topics
Explore more stories