Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୋଟ୍ ଫର ଭୋଟ ପଲିଟିକ୍ସକୁ ନେଇ ବିବାଦ

Odisha

ନୋଟ୍ ଫର ଭୋଟ ପଲିଟିକ୍ସକୁ ନେଇ ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ନୋଟ୍ ଫର ଭୋଟ ପଲିଟିକ୍ସକୁ ନେଇ ବିବାଦ

ଅର୍ଗସ ବ୍ୟୁରୋ : ଆଜିଠୁ ରାସନ୍ କାର୍ଡ ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିଲେ ହଜାରେ ଟଙ୍କା । ୯୫ ଲକ୍ଷ ପରିବାର ହେବେ ଉପକୃତ । ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୨୩୭ କୋଟି । ଖାଲି ବ୍ୟାଗକୁ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ଥିବା ବେଳେ ଦରଦାମର ଆଳ ଦେଖାଇ  ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଁଏ ବାଣ୍ଟିବା ପ୍ରକିୟା ଆରମ୍ଭ ହୋଇଛି । କେବଳ ରାସନ କାର୍ଡ ଧାରୀଙ୍କୁ ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କ ମେଧା ବୃତ୍ତି, ବୁଣାକାର, କୃଷକ ସାଥି, ପାଚିକାଙ୍କ ଅର୍ଥରାଶି ବୃଦ୍ଧି, ମମତା ଯୋଜନା ସହାୟତା ୫ ହଜାର ରୁ ୧୦ ହଜାର ଟଙ୍କାକୁ ବଢ଼ା ଯାଇଛି । 

ଏହିଭଳି ଭାବେ ୧୦ ଦିନ ଭିତରେ ୧୩ ଟି ବଡ ଘୋଷଣା କରିଛନ୍ତି ସରକାର ।  ତେବେ ହଜାରେ ଟଙ୍କା ବଣ୍ଟା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି ୨୪ ବର୍ଷ ହେଲା କୁଆଡେ ଥିଲେ ସରକାର ? ହଜାରେ ଟଙ୍କାରେ ଗରିବ ଲୋକଙ୍କ ଅବସ୍ଥା ସୁଧୁରି ଯିବ କି ?  ଏ କେବଳ ନିର୍ବାଚନ ସର୍ବସ୍ବ ଘୋଷଣା । କଂଗ୍ରେସ କହିଛି ଏଭଳି ଘୋଷଣା ଦ୍ଵାରା ସରକାରଙ୍କ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ପଡିପାରେ । ବିଜେଡ଼ି ର ଜବାବ୍ ବର୍ଦ୍ଧିତ ଦର ଦାମ ପାଇଁ ହଜାରେ ଟଙ୍କା ବେଶ୍ ସହାୟକ ହେବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଷଷ୍ଠ ଥର ନିର୍ବାଚନ କୁ ଯାଉଥିବା ବିଜେଡ଼ି ସରକାର ବିରୋଧରେ ସୃଷ୍ଟି ହୋଇଛି ପ୍ରବଳ ଜନ ଅସନ୍ତୋଷ । ଏଭଳି ସ୍ଥିତିରେ ଭୋଟର୍ ଙ୍କୁ ଖୁସ କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ଦଳର ଏହି ସ୍କିମ ପଲିଟିକ୍ସ ବୋଲି କୁହାଯାଉଛି । ତେବେ ଏଠାରେ ପ୍ରଶ୍ନ ସରକାର ବିରୋଧୀ ହୱା କୁ ପ୍ରଶମିତ କରିବାକୁ ଏପରି ସରକାର ସ୍କୀମ ବର୍ଷା କରାଯାଉନି ତ ? ନିର୍ବାଚନ ପୂର୍ବରୁ ରାଜ କୋଷ ଅର୍ଥରେ ମାଳ ମାଳ ଯୋଜନା ଘୋଷଣା ସରକାରୀ ତହବିଲ କୁ ପ୍ରଭାବିତ କରିବନି ତ ? ଭୋଟ ପାଇଁ ଭଣ୍ଡାର ଖାଲି କରି  ଘୋଷଣା ପରେ ଘୋଷଣା କରିବା କେତେ ସୁଦୂର ପ୍ରସାରି ହେବ ? ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ଯୋଜନା ବନ୍ଦ ହୋଇ ସାରିଛି । ସେହିପରି କାଳିଆ ସହାୟତା ରାଶି ୧୦ ହଜାର ବଦଳରେ ୪ ହଜାର କୁ ଖସିଛି । ଏଭଳି ସ୍ଥିତିରେ ବର୍ତ୍ତମାନର ଘୋଷଣାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
 

Sponsored
Note Politics bjd | Argus News