Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Odisha

ଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Jitendra Dash
Browse all articles by Jitendra Dash
·2 years ago·1 min read
ଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଅର୍ଗସ ବ୍ୟୁରୋ : ପ୍ରଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ସଚ୍ଚି ଦାସ ଓଡ଼ିଆ କଳାଜଗତ ତଥା ଯାତ୍ରାଜଗତ ପାଇଁ ମାଇଲଖୁଂଟ ଥିଲେ । 

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିଲେ । ସ୍ୱର୍ଗତଃ ଦାସଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଯାତ୍ରା ନାଟକ “ଶାଗୁଣା ବସିଛି ଡେଣା ମେଲାଇ” ଏବେ ବି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି । ସ୍ୱର୍ଗତଃ ଦାସ ଯାଜପୁର ଜିଲ୍ଲା ବରୀ ଅଂଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗ ରାଜ୍ୟ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ସାମଲ ଏବଂ ଶ୍ରୀ ମିଶ୍ର କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଦାସଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ସମବେଦନା ଜ୍ଞାପନ କରିଛନ୍ତି ।
 

Sponsored
Odia playwright, theater artist, and film actor Sachi Das passed away on Thursday after battling a prolonged illness at the age of 88. | Argus News