|
logo
Live
Argus News App
GET APP

Argus News - ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ରେ ହେବ ଭୋଟ୍ ଗଣତି

Odisha

Nuapada By Election / ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ରେ ହେବ ଭୋଟ୍ ଗଣତି

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ରେ ହେବ ଭୋଟ୍ ଗଣତି

Key Points

ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ। ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର। ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି

ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଛି ନୂଆପଡ଼ା ଆସନ । ସେପ୍ଟେମ୍ବର ୮ରେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । ତାଙ୍କର ଦେହାନ୍ତ ହେବା ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରଗରମ ରାଜନୀତି । ସବୁ ରାଜନୈତିକ ଦଳର ଫୋକସ ଏବେ ନୂଆପଡା ବିଧାନସଭା ଆସନ ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ

ସେପଟେ ବିହାରରେ ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ୱର ୬ ଓ ୧୧ ତାରିଖରେ ମତଦାନ ହେବ । ସେହିପରି ୧୪ ନଭେମ୍ୱରରେ ବିହାର ନିର୍ବାଚନର ଫଳାଫଳ ଆସିବ । ବିହାର ନିର୍ବାଚନ ପାଇଁ ନିର୍ବାଚନ କମିସନ ମୋଟ ୯୦ ହଜାର ୧୭୨ ପୋଲିଂ ଷ୍ଟେସନର ବ୍ୟବସ୍ଥା କରିଛନ୍ତି । ପ୍ରାୟତଃ ଗୋଟିଏ ପୋଲିଂ ଷ୍ଟେସନରେ ୮୧୮ ଜଣ ଭୋଟର ଭୋଟ୍ ଦେବେ । ଏହା ଭିତରୁ ସହରରେ ୧୩ ହଜାର ୯୧୧ ପୋଲିଂ ଷ୍ଟେସନ ଏବଂ ଗ୍ରାମାଞ୍ଚଳରେ ୭୬ ହଜାର ୮୦୧ ପୋଲିଂ ଷ୍ଟେସନ ଗଠନ କରାଯିବ । ସବୁ ପୋଲିଂ ଷ୍ଟେସନରେ ଓ୍ୱେବ କାଷ୍ଟିଂ କରାଯିବ ଏବଂ ଫେକ୍ ନ୍ୟୁଜ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଟଙ୍କା, ମଦ କାରବାର ଉପରେ ନଜର ରହିବ । ଭୋଟରଙ୍କୁ ଧମକ ମନା, ହିଂସା ପ୍ରତି ଶୂନ୍ୟ ସହନଶୀଳତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୧୭ ଅକ୍ଟୋବର ରହିଛି । ୧୮ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୬ରେ ଭୋଟିଂ ହେବ । ସେହିପରି ବିହାର ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଛି । ୨୧ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୩ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ରେ ଭୋଟିଂ ହେବ ।


Related Topics

Explore more stories

Sponsored
Nuapada By Election: ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ, ୧୪ରେ ହେବ ଭୋଟ୍ ଗଣତି | Argus News