Nuapada By Election / ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୪ଟାରୁ ଲାଗୁ ହେଲା ସାଇଲେଣ୍ଟ ଅବଧି
·8 months ago·2 min read

Key Points
ନୂଆପଡ଼ା ଉପନିର୍ବାଚନ; ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ ହୋଇଛି
ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
‘ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ଛାଡ଼ି ସାରିଲେଣି’
ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
‘ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ଛାଡ଼ି ସାରିଲେଣି’
ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି । ନୂଆପଡ଼ାରେ ଅପରାହ୍ନ ୪ ଟାରୁ ସାଇଲେଣ୍ଟ ଅବଧି ଲାଗୁ ହୋଇଛି । ତେବେ ଏହି ସମୟ ମଧ୍ୟରେ କେବଳ ଏକାକୀ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ରାତି ୧୦ଟା ପରେ ପ୍ରଚାର ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଅନ୍ୟ ଜିଲ୍ଲାରୁ ଯେଉଁ ନେତା ଓ କର୍ମୀମାନେ ନୂଆପଡ଼ା ଆସିଥିଲେ ସେମାନେ ଜିଲ୍ଲା ଛାଡ଼ି ସାରିଛନ୍ତି । ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳାରେ ହେବ । ତେବେ ନୂଆପଡ଼ାରେ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି । ସୁରକ୍ଷା ପାଇଁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସମସ୍ତ ବୁଥ୍ରେ ମୁତୟନ ହୋଇଛନ୍ତି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
ଜନପ୍ରତିନିଧିତ୍ୱ ଆଇନ୍ ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।
ସେହିପରି ଅନ୍ୟ ଜିଲ୍ଲାରୁ ଯେଉଁ ନେତା ଓ କର୍ମୀମାନେ ନୂଆପଡ଼ା ଆସିଥିଲେ ସେମାନେ ଜିଲ୍ଲା ଛାଡ଼ି ସାରିଛନ୍ତି । ଆମେ ଆଶା କରୁଛୁ ସବୁ ପୋଲିଂ ଶାନ୍ତି ଶୃଙ୍ଖଳାରେ ହେବ । ତେବେ ନୂଆପଡ଼ାରେ ୪୭ଟି ସମ୍ବେଦନଶୀଳ ବୁଥ୍ ରହିଛି । ସୁରକ୍ଷା ପାଇଁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସମସ୍ତ ବୁଥ୍ରେ ମୁତୟନ ହୋଇଛନ୍ତି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍ରେ ପହଞ୍ଚିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା, ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି । କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।
ଜନପ୍ରତିନିଧିତ୍ୱ ଆଇନ୍ ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories