Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Nuapada By Election / ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା, ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା, ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ

Key Points

ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା
ପ୍ରେସ୍‌ମିଟ୍‌ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ
ନୂଆପଡ଼ାରେ ମେଡିକାଲ୍‌ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି
ନୂଆପଡ଼ା ଉପନିର୍ବାଚନ ନେଇ ଆଜି ସନ୍ଧ୍ୟାରୁ ଶେଷ ହେବ ପ୍ରଚାର । ଏହା ପୂର୍ବରୁ ସାଧାରଣ ଭୋଟରଙ୍କ ସହଯୋଗ ପାଇ ଧନ୍ୟବାଦ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ପ୍ରେସ୍‌ମିଟ୍‌ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ନୂଆପଡ଼ାରେ ମେଡିକାଲ କଲେଜ ହେବ । ବରଗଡ଼ - ନୂଆପଡ଼ା ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ହୋଇଛି । ଏଠି ମାଛ ଚାଷର ହବ୍ ହେବ । ୨୨ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ହୋଇଛି । ଏଥିରେ ବିଭିନ୍ନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ । ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ, ତାହା ସମସ୍ତେ ଦେଖିଲେଣି ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍‌ ସହାୟତା ପାଇଛନ୍ତି । ୨୦୨୪ ନିର୍ବାଚନରେ ଯାହା ସଙ୍କଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି ତାହା ପୂରଣ ହେବ ବୋଲି ମନମୋହନ ସାମଲ କହିଛନ୍ତି ।

ମୋହନ ସରକାର ପ୍ରତିଶ୍ରୁତିରେ ନୁହେଁ, କାମରେ ବିଶ୍ବାସ କରନ୍ତି । ଯାହା ଘୋଷଣା କରିଛନ୍ତି ତାହା ପୂରଣ ହେବ । ୨୪ ବର୍ଷରେ ନବୀନ ବାବୁ କ'ଣ କରିଛନ୍ତି ତା'ର ଉତ୍ତର ଦେବାକୁ ମନମୋହନ ସାମଲ ପ୍ରଶ୍ନ କରିଛନ୍ତି । ଶସ୍ତା କଥା କହି ଭୋଟରକୁ ଭ୍ରମିତ କରୁଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।

ଦେଖନ୍ତୁ ଏହି ଖବର: ସନ୍ଧ୍ୟା ପୂର୍ବରୁ ନିର୍ବାଚନ ମଣ୍ଡଳି ଛାଡ଼ିବାକୁ ସବୁ ନେତାଙ୍କୁ ନିର୍ଦ୍ଦେଶ !

ପୁଣି ବିଜେଡି ଉପରେ ବର୍ଷିଲେ ନୂଆପଡ଼ା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତାଙ୍କ ବାପା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡିର ଅସମ୍ମାନ ପ୍ରସଙ୍ଗରେ ସେ ପୁଣି ଶଙ୍ଖ ଦଳକୁ ସମାଲୋଚନା କରିଛନ୍ତି।

ଜୟ ଢୋଲକିଆ କହିଛନ୍ତି, 'ମୋ ବାପା ଥରେ ଚେନ୍ନାଇ ଓ ଥରେ ମୁମ୍ବାଇରେ ଚିକିତ୍ସା ହୋଇଥିଲେ । କିନ୍ତୁ ବିଜେଡିର କେହି ବି ନେତା କଥା ହୋଇନଥିଲେ କି ପଚାରିନଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ଯୋଗାଯୋଗ କରିନଥିଲେ। ଖରିଆର ରୋଡ ଶ୍ରଦ୍ଧାଞ୍ଜଳି ପ୍ରସ୍ତୁତି ସଭାକୁ ବି ମୋତେ ଡାକିନଥିଲେ। ୧୫ ହଜାରରୁ ୨୦ ହଜାର ଲୋକ ନଖାଇ ଫେରିଗଲେ' ।

ନୂଆପଡ଼ାବାସୀଙ୍କୁ ସମ୍ବୋଧନ କରି ଜୟ ଢୋଲକିଆ କହିଛନ୍ତି, 'ଯେଉଁ ଲୋକ ସାରା ଜୀବନ ଦଳ ପାଇଁ ଉତ୍ସର୍ଗ କରିଥିଲେ, ତାଙ୍କୁ ବିଜେଡି ସମ୍ମାନ ଦେଲାନି । ସେ ଦଳ ଆପଣଙ୍କୁ କଣ ସମ୍ମାନ ଦେବ । ବିଜେଡି ସଭାପତି ନବୀନ ପଟ୍ଟନାୟକ, ଶ୍ରାଦ୍ଧଞ୍ଜଳି ସଭାକୁ ଆସିଲେନି କିନ୍ତୁ ଉପନିର୍ବାଚନ ପ୍ରଚାରକୁ ଆସିଲେ। ଏବେ ଭାରତର ସବୁଠୁ ବଡ଼ ପରିବାର ମୋଦି ପରିବାର ସହ ଢୋଲକିଆ ପରିବାର ଯୋଡ଼ି ହୋଇଛି । କେବେ ବି ନୂଆପଡ଼ାବାସୀଙ୍କ ବିଶ୍ଵାସ ଭାଙ୍ଗିବେ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଜୟ ଢୋଲକିଆ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Manmohan Samal Promises Medical College and Development in Nuapada By-Election | Argus News