Nuapada by Election / ଘାସୀରାମଙ୍କ ବିରୋଧରେ ବିଜେପି ଆଣିଲା ବଡ଼ ଅଭିଯୋଗ !

Key Points
କଂଗ୍ରେସର ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି । ବିଜେପିର ଅଭିଯୋଗ ହେଲା, ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧ୍ଵନ ଅଛି। ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଭକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି।
ଘାସିରାମ ମାଝୀ ୨୦୨୪ ମସିହା ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ଏବଂ ୨୦୨୫ ରେ ଦେଇଥିବା ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ବିଷୟରେ କିଛି ସୂଚନା ଦେଇନାହାନ୍ତି। ଜାଣିଶୁଣି ଉଭୟ କେସରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୨୫-A ଅନୁଯାୟୀ ସେ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି କହିଛି। ତାଙ୍କ ବିରୁଦ୍ଧରେ କେସ କରାଯିବା ସହ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛି ବିଜେପି।
ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍ରେ ଯୁବତୀଙ୍କୁ ଏକା ପାଇ...
ଅନ୍ୟପଟେ ଏ ସଂପର୍କରେ ସୁଚନା ଦେଇ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ ଯେଉଁ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେ ଦଳର ନେତାମାନେ ସମ୍ବିଧାନର ମୂଲ୍ୟ ବୁଝିବେ କେମିତି? ନିଜ ମୂଳ ବିଚାରଧାରାରୁ ସଂପୂର୍ଣ୍ଣ ଓହରି ଯାଇଛି ଆଜିର କଂଗ୍ରେସ ଦଳ। କଂଗ୍ରେସ ଦଳର ବିଚାର ଓ କାର୍ଯ୍ୟଶୈଳୀକୁ ସାଧାରଣ ଜନତା ଆଉ ଗ୍ରହଣ କରୁନାହାନ୍ତି।
ଅନ୍ୟପଟେ ଘାସିରାମ କହିଛନ୍ତି ମୁଁ ସଠିକ ତଥ୍ୟ ଦେଇଛି । କିଛି ଲୁଚେଇନି । ଦେଢବର୍ଷ ଭିତରେ ଅନେକ କେଶ ଡିସ୍ପୋଜ ହୋଇଯାଇଛି ।
ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଏହି ନିର୍ବାଚନ ପାଇଁ ସମୁଦାୟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୨୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।
📱 Get Argus News App
✨Related Topics
Explore more stories