Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଭିନ୍ନ ସମସ୍ୟାକୁ ନେଇ ନୂଆପଡା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

Odisha

ବିଭିନ୍ନ ସମସ୍ୟାକୁ ନେଇ ନୂଆପଡା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଭିନ୍ନ ସମସ୍ୟାକୁ ନେଇ ନୂଆପଡା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡା : ଆଜି 8 ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା । ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ସହ ଚକ ଅଖ ବନ୍ଦ ସହ ରାସ୍ତା ଘାଟ, ବ୍ୟାଙ୍କ, ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ ରହିଛି । କୋମନା, ଖଡ଼ିଆଳ, ବୋଡ଼େନ୍, ସିନାପାଲି ସମେତ ଜିଲ୍ଲା ମୁଖ୍ୟାଳୟରେ ବନ୍ଦ ଡାକରା ଦେଇ ଜିଲ୍ଲା ବନ୍ଦ କରିଛି ଜିଲ୍ଲା ଶ୍ରମିକ ମହାସଂଘ ।

ଅଧିକ ପଢନ୍ତୁ ଓଡିଶା ଖବର

ନିର୍ମାଣ, ମନରେଗା, ଦାଦନ ଓ ପ୍ରବାସୀ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ୍ ଷ୍ଟାଫ, ଅଙ୍ଗନୱାଡି କର୍ମୀ, ଧାନ ମଣ୍ଡିରେ କାର୍ଯ୍ୟରତ ହେମାଲ ଓ ବେରୋଜଗାର ଯୁବକ ଯୁବତୀଙ୍କ ସମସ୍ୟାର ସମାଧାନ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେହିପରି ୨୪ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ ବିଜେଡି ସରକାର ବିରୁଦ୍ଧରେ ଜିଲ୍ଲାର ଶ୍ରମିକ ବର୍ଗର ପୁଞ୍ଜିଭୁତ ଆକ୍ରୋଶ ଓ ଅସନ୍ତୋଷର ରଣହୁଙ୍କାର ବୋଲି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଚ୍ଛି ଜିଲ୍ଲା ଶ୍ରମିକ ମହାସଂଘ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada district closed for 8 hours due to various problems | Argus News