Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

ଅର୍ଗସ ବ୍ୟୁରୋ : ନୂଆପଡ଼ା ବିଜେଡିକୁ ଝଟକା । ଜିଲ୍ଲା ଯୁବ ବିଜେଡି ସଭାପତି ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ହରିଶ ଚନ୍ଦ୍ର ପଣ୍ଡା । ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଇମେଲ ମାଧ୍ୟମରେ ଇସ୍ତଫା ଦେଇଥିବା ଦଳର ସୁପ୍ରିମୋଙ୍କୁ ଜଣାଇ ଥିବା କହିଛନ୍ତି ହରିଶ ଚନ୍ଦ୍ର ପଣ୍ଡା ।

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦୁର୍ନୀତି ଏବଂ ପିଶୀ କାରବାରରେ ଲିପ୍ତ ଥିବା ଅଭିଯୋଗ କରି ଚଳିତ ନିର୍ବାଚନରେ ନିକଟ ନଦେବାକୁ ଦଳକୁ ଅନୁରୋଧ କରିଥିଲେ ହରିଶ ଚନ୍ଦ୍ର ପଣ୍ଡା । ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୁଣି ଥରେ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡ଼ା ବିଧାୟକ ଭାବେ ପ୍ରାର୍ଥୀ କରିଥିବାରୁ ଯୁବ ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ପୂର୍ବରୁ ହରିଶ ଚନ୍ଦ୍ର ପଣ୍ଡା ରାଜ୍ୟ ଶିବସେନା ସଭାପତି ଥିଲେ ପରେ ବିଜେଡିରେ ଯୋଗ ଦେଇ ଯୁବ ସଭାପତି ହୋଇ ସଂଗଠନକୁ ମଜବୁତ କରିଥିଲେ । ଏବେ ଶ୍ରୀ ଢୋଲକିଆଙ୍କୁ ବିରୋଧ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ଶ୍ରୀପଣ୍ଡାକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nuapada district youth president Harishchandra Panda resigned from BJD | Argus News