Ganja Cultivation / ଚେତାଇଲେ ସମବାୟ ମନ୍ତ୍ରୀ; ଧାନ ନାଁରେ ଗଞ୍ଜେଇ ଚାଷ କରୁଥିଲେ ସାର ମିଳିବନି, ହେବ କାର୍ଯ୍ୟାନୁଷ୍ଠାନ
·1 hour ago·2 min read

Key Points
ଯେଉଁ ଚାଷୀ ସାର ନେଇ ଗଞ୍ଜେଇ ଚାଷ କରୁଥିବେ ସେମାନଙ୍କୁ ଆଉ ସାର ଦିଆଯିବ ନାହିଁ । ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କୃଷି ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଭୁବନେଶ୍ଵର: ଗଞ୍ଜେଇ ଚାଷ କରୁଥିଲେ ସାବଧାନ । ଆଉ ସରକାର ଯୋଗାଇ ଦେବେନି ସାର । ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ । କୃଷି ବିଭାଗ ତଦନ୍ତ କରିବ । ସମବାୟ ବିଭାଗ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେବ ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ସମବାୟ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି, ସେମାନେ ବିଧିବଦ୍ଧ ଚାଷ କରୁଥିବା ଭାବୁଛନ୍ତି । ଧାନ ଚାଷ ବାହାନାରେ ସାର ନେଇ ଗଞ୍ଜେଇ ଚାଷ କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଏଥିସହ ପଢ଼ନ୍ତୁ: ଅନ୍ଧ ବିଶ୍ୱାସର କରୁଣ ପରିଣତି; ନିଃସନ୍ତାନ ଦମ୍ପତିଙ୍କ ପ୍ରାଣ ନେଇଗଲା ଗୁଣିଆର ଔଷଧ
ଯେଉଁ ଚାଷୀ ସାର ନେଇ ଗଞ୍ଜେଇ ଚାଷ କରୁଥିବେ ସେମାନଙ୍କୁ ଆଉ ସାର ଦିଆଯିବ ନାହିଁ । ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କୃଷି ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆମ ବିଭାଗ ବି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଭାଗୀୟ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।
ଏଥିସହ ସାର ଯୋଗାଣ ନେଇ ମନ୍ତ୍ରୀ ତଥ୍ୟ ରଖିଛନ୍ତି । କହିଛନ୍ତି, "ଗତବର୍ଷ ଅପେକ୍ଷା ସୁରୁଖୁରରେ ସାର ଯୋଗାଣ କରାଯାଉଛି । ଏବେ ସୁଦ୍ଧା ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ୟୁରିୟା, ଡିଏପି ଓ ଅନ୍ୟ ସାର ଆସିଛି । ସେଥିରୁ ଆମେ ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ଡିଲରଙ୍କୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦେଇ ଆସିଛୁ । ଆମ ପାଖରେ ଏବେ ୨୮ ହଜାର ୧୯୭ ଟନ୍ ସାର ଗଚ୍ଛିତ ଅଛି ।"
ଏଥିସହ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ; ୨୯ ତାରିଖରୁ ପୁଣି ରାଜ୍ୟରେ ବଢିବ ବର୍ଷା
ଗତବର୍ଷ ଅପେକ୍ଷା, କୃଷି ବିଭାଗ ଅଧିକ ସାର ଦେଇଛି । ପୂର୍ବରୁ ୩୫ ପ୍ରତିଶତ ସାର ମିଳୁଥିଲା । ଏବେ ୬୦ ପ୍ରତିଶତ ସାର ମିଳିବ । ସେହି ଅନୁସାରେ, ଆମେ ୬ ଲକ୍ଷ ଟନ୍ ପାଖାପାଖି ସାର ପାଇବୁ । ସାର ଯେଭଳି ଚାଷୀଙ୍କ ପାଖରେ ପହଞ୍ଚିବ ସେନେଇ ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଡିଲର୍ ଓ ସମବାୟ ବିଭାଗ ଅଧିନରେ ସାର କାରବାର କରୁଥିବା ସମସ୍ତଙ୍କ ଉପରେ ନଜର ରଖା ଯାଇଛି । ଯିଏ କେହି ବି ଭୁଲ୍ କରିବ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତେ ଆଲର୍ଟରେ ଅଛନ୍ତି । କଳାବଜାରୀ ଖବର ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories