Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

Swayangprajna Mishra
Browse all articles by Swayangprajna Mishra
·1 year ago
କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବି ନେଇ ଜାରି ରହିଛି ଆନ୍ଦୋଳନ।  ଆଜି ସମ୍ପୂର୍ଣ୍ଣ କାର୍ଯ୍ୟଛାଡ଼ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଯାହାଦ୍ବାରା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଭୟଙ୍କର ପ୍ରଭାବିତ ହୋଇପାରେ । ରାଜ୍ୟର ପ୍ରାୟ ୧୫ ହଜାର ନର୍ସ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି ।

ଅଧିକ ପଢନ୍ତୁ : ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର

ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ ଗୁଡ଼ିକର ନର୍ସମାନେ ଏଥିରେ ଯୋଗଦେଇଛନ୍ତି । ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଛି । ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ରୋଗୀ ସେବାର ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nursing Staff Union protest at Capital Hospital | Argus News