Videos
|
Odisha

Cargo Ship Missing / ମଝି ସମୁଦ୍ରରେ ନିଖୋଜ ହୋଇଗଲା ମାଲବାହୀ ଜାହାଜ, ୨୪ କ୍ରୁ' ସଦସ୍ୟଙ୍କୁ ନେଇ ବଢ଼ିଲା ଚିନ୍ତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ମଝି ସମୁଦ୍ରରେ ନିଖୋଜ ହୋଇଗଲା ମାଲବାହୀ ଜାହାଜ, ୨୪ କ୍ରୁ' ସଦସ୍ୟଙ୍କୁ ନେଇ ବଢ଼ିଲା ଚିନ୍ତା
Cargo Ship Missing

Key Points

ପାରାଦୀପ ଛାଡ଼ିବାର ୩୭୦ କିମି ପରେ ଜାହାଜ ନିଖୋଜ
ହୋଇପାରୁନି ଯୋଗାଯୋଗ
୨୪ ନାବିକଙ୍କ ସହ ନିଖୋଜ ‘ଓସେନ୍ ୱିନର୍’
ପାରାଦୀପରୁ ସିଙ୍ଗାପୁର ଯାଉଥିଲା ମାଲବାହୀ ଜାହାଜ, ମଝି ସମୁଦ୍ରରେ ନିଖୋଜ । ପାରାଦୀପରୁ ଲୁହାପଥର ବୋଝେଇ କରି ସିଙ୍ଗାପୁର ଯାଉଥିବା ଜାହାଜ ‘ଓସେନ୍‌ ୱିନର୍‌’ ସମୁଦ୍ରରେ ନିଖୋଜ ହୋଇଯାଇଛି । ଜାହାଜ ସହ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ବେଳେ ଏହା କୌଣସି ପ୍ରକାର ଦୁର୍ଘଟଣାର ଶିକାର ହୋଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ପାଖାପାଖି ୭୫ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଏହି ଜାହାଜ ୨୦ ତାରିଖ ରାତି ପ୍ରାୟ ସାଢ଼େ ଦଶଟା ବେଳେ ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ବାହାରି ଥିଲା । ପାନାମା ପତାକା ଥିବା ଏହି ଜାହାଜରେ ୨୦ ଜଣ ଚୀନ୍‌ ନାଗରିକ, ଜଣେ ବାଂଲାଦେଶୀ ଓ ୩ ଜଣ ମିଆଁମାର ନାଗରିକ ଏଭଳି ମୋଟ ୨୪ ଜଣ କର୍ମଚାରୀ ଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ବୈତରଣୀ ଉପରେ ସରକାରଙ୍କ ସ୍ପେଶାଲ ଫୋକସ୍, ନଦୀ ବନ୍ଧ ହେବ ଚଉଡ଼ା ଓ ଉଚ୍ଚା


ଜାହାଜଟି ପାରାଦୀପରୁ ୨୪୦ ନଟିକାଲ୍‌ ମାଇଲ୍‌ ତଥା ପାଖାପାଖି ୩୭୦ କିଲୋମିଟର ଅତିକ୍ରମ କରିବା ପରେ ଗତ ଶୁକ୍ରବାର ରାତି ୧୨ଟା ୧୮ ପରଠାରୁ ଜାହାଜ ସହ ଆଉ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା । ଆଣ୍ଡାମାନ ନିକୋବର ଦୀପପୁଞ୍ଜ ପାଖାପାଖି କୌଣସି ସ୍ଥାନରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି ।

ଅଗଷ୍ଟ ୫ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା । କିନ୍ତୁ ବର୍ଥରେ ସ୍ଥାନ ନ ଥିବାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଜାହାଜକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଅଗଷ୍ଟ ୨୦ ତାରିଖରେ ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: