Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ

Odisha

ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ

ଅର୍ଗସ ବ୍ୟୁରୋ : ଜନ୍ମଭୂମିରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ପରେ ବିଏସଏଫ କ୍ୟାମ୍ପରେ ଗାର୍ଡ ଅଫ ଅନର ଦିଆଯିବା ପରେ ଜନ୍ମମାଟିକୁ ଆସିଲା ମର ଶରୀର । ଛତିଶଗଡ଼ରେ ମତଦାନ ବେଳେ ହୋଇଥିବା ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ପ୍ରକାଶଚନ୍ଦ୍ର ଶିଅଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତାଙ୍କ ଘର ବାହାନଗା ଗୋପାଳପୁରର ଅଞ୍ଚଳରେ ହୋଇଥିବା ବେଳେ ପୁଅର ସହିଦ ଖବର ପାଇବା ପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ । ପ୍ରକାଶଙ୍କର ଦୁଇଟି ୫ ବର୍ଷର ଯାଆଁଳା ଶିଶୁପୁତ୍ର ଥିବା ବେଳେ ସେପ୍ଟେମ୍ବର ୭ ତାରିଖରେ ଶେଷ ଥର ପାଇଁ ସେ ଘରକୁ ଆସିଥିଲେ । ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ । ୨୦୦୬ରୁ ବିଏସଏଫରେ ଯୋଗଦେଇ ୧୭ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ । ଦେଶ ମାତୃକାର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସହିଦ ପ୍ରକାଶଚନ୍ଦ୍ର ଶିଅଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CRPF jawan on poll duty injured in IED blast in Chhattisgarh's | Argus News