Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odia Scientists / ଓଡ଼ିଶା ପାଇଁ ଗର୍ବ, ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଏକାଧିକ ଓଡ଼ିଆ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଓଡ଼ିଶା ପାଇଁ ଗର୍ବ, ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଏକାଧିକ ଓଡ଼ିଆ

Key Points

ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଲେ ଏକାଧିକ ଓଡ଼ିଆ।

ବିଜ୍ଞାନ ଓ ଗବେଷଣାର ଦୁନିଆରେ ଓଡ଼ିଶାର ପରିଚୟକୁ ଏକ ନୂଆ ସ୍ତରକୁ ନେଇଛନ୍ତି ଆମ ଓଡ଼ିଆ ବୈଜ୍ଞାନିକମାନେ । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ପ୍ରକାଶ କରୁଥିବା ବିଶ୍ୱର ‘ଶ୍ରେଷ୍ଠ ୨% ବୈଜ୍ଞାନିକ’ ତାଲିକାରେ ଏବେ ଓଡ଼ିଶାର ଅନେକ ବୈଜ୍ଞାନିକ ଓ ଗବେଷକ ସ୍ଥାନ ପାଇଛନ୍ତି ।


ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ SOA ବିଶ୍ୱବିଦ୍ୟାଳୟର ୨୦ ଜଣ, ରାଉରକେଲାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୧୮ ଜଣ, KIITର ୬ ଜଣ, ବ୍ରହ୍ମପୁରର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ, OUAT, OUTR, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇଜଣ ଲେଖାଏଁ ଗବେଷକ, CIPET, FM ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଗୁଣୁପୁରର GIET ବିଶ୍ୱବିଦ୍ୟାଳୟ, କେଉଁଝରର ସରକାରୀ ଇଞ୍ଜିନିୟରିଂ କଲେଜ, CIFA-ଭୁବନେଶ୍ୱର ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରୁ ଜଣେ ଲେଖାଏଁ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ବଢ଼ୁଛି ଜଳସ୍ତର: ୧୬ ଟି ଗେଟ ଦେଇ ଜଳ ନିଷ୍କାସନ


ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ ଅଛନ୍ତି, ଯିଏ ବର୍ତ୍ତମାନ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଛନ୍ତି । ତେବେ ଏହା ସୂଚାଇ ଦେଉଛି ଯେ ମନୋନୀତ ଗବେଷକମାନେ ସେମାନଙ୍କ କ୍ଷେତ୍ରରେ ବିଶ୍ୱବ୍ୟାପୀ ସବୁଠାରୁ ପ୍ରଭାବଶାଳୀ ଏବଂ ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କ ମଧ୍ୟରେ ଅଛନ୍ତି । ତେବେ ଏହି ସଫଳତା କେବଳ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଓଡ଼ିଶାର ଶିକ୍ଷା, ଗବେଷଣା ଓ ବୈଜ୍ଞାନିକ ପରିବେଶର ସାକ୍ଷ୍ୟ । ଯୁବ ପିଢି ପାଇଁ ଏହା ଏକ ପ୍ରେରଣା ଅଟେ ।


ସୂଚନା ଅନୁସାରେ, ପ୍ରତିବର୍ଷ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏଲସେଭିୟର ଏବଂ ସ୍କୋପସ ସହଯୋଗରେ ରାଙ୍କିଂ ପ୍ରକାଶ କରେ । ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ରାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଥାଏ । ବୈଜ୍ଞାନିକମାନଙ୍କୁ ୨୨ଟି ପ୍ରମୁଖ ବିଜ୍ଞାନ କ୍ଷେତ୍ର ଓ ୧୭୪ଟି ଉପ-କ୍ଷେତ୍ରରେ ବର୍ଗୀକୃତ କରି, ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୨% ବୈଜ୍ଞାନିକଙ୍କ ରାଙ୍କିଂ ପ୍ରକାଶ କରାଯାଏ ।

Related Topics

Explore more stories

Sponsored
Pride for Odisha: Odia Scientists in Stanford Top 2% Global List | Argus News