Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Iran Israel War / ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଫସି ରହିଛନ୍ତି ଓଡ଼ିଆ, ଉଦ୍ଧାର ପାଇଁ ଆକୁଳ ନିବେଦନ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଫସି ରହିଛନ୍ତି ଓଡ଼ିଆ, ଉଦ୍ଧାର ପାଇଁ ଆକୁଳ ନିବେଦନ
Odias Stranded in War Zone

Key Points

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଏବେ ସେମିତି ଅକଳରେ ପଡ଼ିଛନ୍ତି ପ୍ରବାସୀ ଭାରତୀୟ । ଦୁବାଇ, UAE, କତାର ଭଳି ଦେଶରେ ଥିବା ପ୍ରବାସୀମାନେ ନିଜ ଜୀବନ ନେଇ ଆତଙ୍କିତ ।
ଭୁବନେଶ୍ଵର: ଯୁଦ୍ଧ ହେଲେ କେବଳ ଦୋଷୀ ନୁହେଁ ନିର୍ଦ୍ଦୋଷ ବି ଭୋଗନ୍ତି ଯନ୍ତ୍ରଣା । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଏବେ ସେମିତି ଅକଳରେ ପଡ଼ିଛନ୍ତି ପ୍ରବାସୀ ଭାରତୀୟ । ଦୁବାଇ, UAE, କତାର ଭଳି ଦେଶରେ ଥିବା ପ୍ରବାସୀମାନେ ନିଜ ଜୀବନ ନେଇ ଆତଙ୍କିତ । ପ୍ରବାସୀଙ୍କ ଭିତରେ ଥିବା ଓଡ଼ିଆମାନେ ନିଜ ପରିବାର ଲୋକଙ୍କ ପାଖକୁ ବାର୍ତ୍ତା ମାଧ୍ୟମରେ ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ ।

ସାରା ବିଶ୍ଵରେ ପଡ଼ିଲାଣି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଭାବ। କେଉଁଠି ପରୋକ୍ଷ ତ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ଲୋକେ । ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେବାକୁ ଓ ନିଜ ଦେଶର ସୁପ୍ରିମ ଲିଡର ଖାମନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ୟୁଏଇ, ଓମାନ, ଦୁବାଇ ଭଳି ଦେଶକୁ ଟାର୍ଗେଟ୍ କରୁଛି ଇରାନ ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଆମେରିକାର ୩ଟି F-15 ଯୁଦ୍ଧ ବିମାନ ଖସାଇଲା କୁଏତ

ରବିବାର ଅପରାହ୍ଣରୁ ଦୁବାଇ ନିକଟ ଅଞ୍ଚଳରେ ଡ୍ରୋନ୍, ମିସାଇଲ୍ ମାଡ଼ ହେଉଛି । ଭାଙ୍ଗୁଛି ଅଟ୍ଟାଳିକା, ଆକାଶରେ ଦେଖା ଯାଉଛି କେବଳ ନିଆଁ ଆଉ ଧୂଆଁ । ଏମିତି ସ୍ଥିତିକୁ ନେଇ ଦୁବାଇରେ ରହୁଥିବା ଓଡ଼ିଆଙ୍କ ଭିତରେ ଛନକା ପଶିଛି ।

ଦୁବାଇରେ ରହୁଥିବା ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ବ୍ରାହ୍ମଣସୀତାପୁର ଗାଁର ରାଜକିଶୋର ପଣ୍ଡା ପୁଅ ସୁଧୀର ପଣ୍ଡାଙ୍କ ପରିବାରରେ ଆଶଙ୍କା । ସୁଧୀର ସ୍ଥିତି ନେଇ ଘରକୁ ଫୋନ୍ କରି ଜଣାଇବା ପରେ ତାଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିଜନ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଦାବି 'ମୋତେ ମାରିବାକୁ ଦୁଇଥର ଷଡ଼ଯନ୍ତ୍ର କରିଥିଲେ ଖାମେନେଇ, ମୁଁ କରିଦେଲି ସଫା'

କତାରରେ ଫସିଛନ୍ତି କଟକର ଯୁବକ ପ୍ରତୀକ ଦେବ ଦାସ । ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ କାମ କରୁଥିବା ପ୍ରତୀକ ରୋମାନିଆ ଯାଉଥିବାବେଳେ ଯୁଦ୍ଧ ହେବାରୁ କତାର ରାଜଧାନୀ ଦୋହାରେ ଫସି ରହିଛନ୍ତି ।

ଗଞ୍ଜାମ ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗାଁର ହଜାର ହଜାର ଲୋକ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ କାମ କରୁଛନ୍ତି । ଏବେ ଯୁଦ୍ଧ ସ୍ଥିତି ଭିତରେ ଆତଙ୍କିତ ସେମାନଙ୍କ ପରିଜନ । ସେହିପରି ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ପ୍ରବାସୀ ଓଡ଼ିଆ ଦେବାଶିଷ ଦାସ । ଯୁଦ୍ଧ ଦେଶରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅଭିଯାନ ଆରମ୍ଭ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odias Stranded in Middle East Amid War, Families Seek Rescue | Argus News | Argus News