Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ପାଲଟିଛି କଂକ୍ରିଟ ସହର

Odisha

ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ପାଲଟିଛି କଂକ୍ରିଟ ସହର

Jitendra Dash
Browse all articles by Jitendra Dash
·2 years ago·2 min read
ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ପାଲଟିଛି କଂକ୍ରିଟ ସହର

ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ବର ପାଳିଛି ନିଜର ୭୬ତମ ପ୍ରତିଷ୍ଠା ଦିବସ । ବିଗତ 76ବର୍ଷ ଭିତରେ ଭୁବନେଶ୍ୱର ଦେଖିଛି ଅଭିବୃଦ୍ଧିର ବିବିଧତା । ଟେମ୍ପୁଲ ସିଟିରୁ ସ୍ମାର୍ଟସିଟିର ସୁଦୀର୍ଘ ଯାତ୍ରାରେ ଆଜି ବଦଳିଛି ରାଜଧାନୀର ଚେହେରା ଆଉ ରୂପରେଖ । ଚିର ବସନ୍ତର ସହର କହିଲେ ଭୁବନେଶ୍ୱର କୁ ବୁଝାଏ । ଭିଡ଼, ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ଚକାଚକ ରାସ୍ତା ଆଉ ଦୋକାନ ବଜାରରେ ରାଜଧାନୀ ଭୁବନେଶ୍ବର ଆଜି ସ୍ମାର୍ଟସିଟିର ପରିଚୟରେ ପରିଚିତ। ତେବେ ବିତି ଯାଇଥିବା ୭୫ବର୍ଷରେ ସବୁ କିଛି ବଦଳି ଥିଲେ ବି ବଦଳିନି ରାଜଧାନୀକୁ ହାତରେ ତିଆରି କରିଥିବା ଶହ ଶହ ବିଶୁମହାରଣାଙ୍କ ଭାଗ୍ୟ । 

ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ଗୋଡିରେ ନିଜକୁ ହଜାଇ ରାଜଧାନୀକୁ ତିଆରି କରିଥିବା ବସ୍ତିବାସିନ୍ଦା ମାନେ ଆଜି ବି ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି । ଦିନେ ରାଜଧାନୀକୁ ଅଦିନିଆ କୁଣିଆ ହୋଇ ଆସିଥିବା ହାକିମ ମାନେ ଆଜି ସର୍ବେସର୍ବା ବୋଲାଉଥିବା ବେଳେ ବସ୍ତିବାସିନ୍ଦା ମାନେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ । ୩୦ ସେପ୍ଟେମ୍ବର ୧୯୯୬ ମସିହାରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । 

ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା ଯାହାକି ୨୩ ଫେବୃଆରୀ ୨୦୧୬ରେ ସ୍ମାର୍ଟ ସିଟିରେ ପରିଣତ ହୋଇ ସାରିଛି । ୫ଟି ଥାନା, ଅଳ୍ପ କେଇ ଖଣ୍ଡ ଗାଁ, ୧୫ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀର କାୟାକଳ୍ପ ଏବେ ଦିଗବଳୟର ରୂପ ନେଇଥିବା ବେଳେ ଏହାର ଜନସଂଖ୍ୟା ୧୦ଲକ୍ଷ ପାର ହୋଇଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏମାନଙ୍କ ପାଇଁ ଯୋଜନା ପ୍ରଣୟନ ହେଉଛି ସତ ହେଲେ ସବୁ ବ୍ୟବସ୍ଥା କେବଳ ନାଲିଫିତା ତଳେ ଚାପିହୋଇ ରହିଯାଉଛି । ପ୍ରତିଷ୍ଠା ଦିବସ ପାଳନ ପାଇଁ ରାଜଧାନୀର ରାସ୍ତାକଡ ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ବଡ଼ ବଡ଼ ଅଟ୍ଟାଳିକା ମାନ ସୁନେଲି ରୂପେଲି ଆଲୁଅରେ ଝକମକ କରୁଛନ୍ତି । ଠିକ ଏମିତି କେବେ ଚାକଚକ୍ୟ ପୂର୍ଣ୍ଣ ସହରରେ ସମ୍ମାନ ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ମିଳିବ ବସ୍ତିବାସିନ୍ଦା ଟିଏ ଚାତକ ଆଖିରେ ଚାହିଁ ବସିଛି ।
 

Sponsored
Odisha’s Capital Bhubaneswar Celebrates Its 76th Foundation Day Today | Argus News