Odisha Industrial Boost / ୧୧ ଜିଲ୍ଲାରେ ୨୩ ପ୍ରକଳ୍ପ; ଆସିବ ₹୪,୫୭୩ କୋଟିର ନିବେଶ
·3 hours ago·2 min read

Key Points
୧୧ ଜିଲ୍ଲାରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୩ଟି ପ୍ରକଳ୍ପରେ ୪ ହଜାର ୫୭୩ କୋଟି ଟଙ୍କା ନିବେଶ ହେବ । ଯେଉଁଥିରୁ ୨୨ ହଜାର ୮୭୩ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଭୁବନେଶ୍ଵର: ରାଜ୍ୟରେ ବଢ଼ିବ ଶିଳ୍ପାୟନ । ୧୧ ଜିଲ୍ଲାରେ ହେବ ଶିଳ୍ପ ବିସ୍ତାର । ବସ୍ତ୍ର, ଗ୍ରୀନ୍ ଏନର୍ଜି, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ଶିଳ୍ପରେ ସମୃଦ୍ଧ ହେବ ଓଡ଼ିଶା । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟିର ୧୧ ଜିଲ୍ଲାରେ ୨୩ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛି ।
୨୩ଟି ପ୍ରକଳ୍ପରେ ୪ ହଜାର ୫୭୩ କୋଟି ଟଙ୍କା ନିବେଶ ହେବ । ଯେଉଁଥିରୁ ୨୨ ହଜାର ୮୭୩ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ୧୪୮ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏଥିସହ ପଢ଼ନ୍ତୁ: ଅଡ଼ୁଆରେ ରାଜ୍ୟରେ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଭୋଟର, ମିଳିବ ନୋଟିସ୍
ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଅନୁଗୁଳ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗିର ଓ ନୂଆପଡ଼ା ସହ ୧୧ଟି ଜିଲ୍ଲାରେ ସ୍ଥାପନ ହେବ । ଏହା ଫଳରେ ବିଭିନ୍ନ ଜିଲ୍ଲାରେ ଶିଳ୍ପ ବିକାଶ ସହ ସ୍ଥାନୀୟ ଲୋକଙ୍କ ପାଇଁ ଚାକିରିର ସୁଯୋଗ ବଢ଼ିବ ।
ସୂଚନା ପ୍ରଯୁକ୍ତି କ୍ଷେତ୍ରରେ HCL ଟେକ୍ନୋଲୋଜି ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ବିନିଯୋଗରେ ଏକ ଗ୍ଲୋବାଲ୍ ଡେଭେଲପମେଣ୍ଟ ସେଣ୍ଟର ସ୍ଥାପନ କରିବ । ଏଥିରେ ୬ ହଜାର ଲୋକଙ୍କୁ ଚାକିରି ମିଳିବ ।
ବସ୍ତ୍ର ଓ ପୋଷାକ ଶିଳ୍ପରେ ସବୁଠାରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ। ପୁରୀରେ ତିନୋଟି ରେଡିମେଡ୍ ଗାର୍ମେଣ୍ଟ ପ୍ରକଳ୍ପ ଓ ବଲାଙ୍ଗିରରେ ଗୋଟିଏ ବସ୍ତ୍ର କାରଖାନା ସ୍ଥାପନ ପାଇଁ ମଞ୍ଜୁରି ମିଳିଛି। ଏହି ଚାରିଟି ପ୍ରକଳ୍ପରେ ମିଶି ୧୦ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ ।
ଏହା ବ୍ୟତୀତ ଗ୍ରୀନ୍ ଏନର୍ଜି, ବ୍ୟାଟେରୀ ଉତ୍ପାଦନ, କେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍, ଔଷଧ ଓ ମେଡିକାଲ୍ ଉପକରଣ, ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂଆ ପ୍ରକଳ୍ପ ସ୍ଥାପନ ହେବ ।
ଏଥିସହ ପଢ଼ନ୍ତୁ: ବଦଳୁଛି ରାଜନୈତିକ ସମୀକରଣ; ନବୀନଙ୍କ ଗଡ଼ ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି
କଟକରେ ୩୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ, କଟକ ଓ ସମ୍ବଲପୁରରେ ପଞ୍ଚତାରକା ହୋଟେଲ ଏବଂ ଖୋର୍ଦ୍ଧାରେ ଏକ ଲକ୍ସୁରୀ ରିସର୍ଟ ପାଇଁ ମଧ୍ୟ ଅନୁମୋଦନ ମିଳିଛି । ନୂଆପଡ଼ାରେ ତୈଳ ବିଶୋଧନଗାର ସହ ସହ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ୨୫୦ କୋଟି ନିବେଶ ହେବ । ଯେଉଁଠି ପ୍ରାୟ ୧୧୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories