Videos
|
Odisha

Odisha SIR / ଅଡ଼ୁଆରେ ରାଜ୍ୟରେ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଭୋଟର, ମିଳିବ ନୋଟିସ୍

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଅଡ଼ୁଆରେ ରାଜ୍ୟରେ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଭୋଟର, ମିଳିବ ନୋଟିସ୍
58 Lakh Odisha Voters Face Verification

Key Points

ତ୍ରୁଟି ସଂଶୋଧନ ପାଇଁ ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଲୋକଙ୍କୁ ନୋଟିସ୍ ପଠାଯିବ । ଯେଉଁଥିରେ ୪୬ ଲକ୍ଷ ଭୋଟରଙ୍କ ତଥ୍ୟରେ ମାଇନର ମିଷ୍ଟେକ୍ ରହିଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ଭୁବନେଶ୍ଵର: ଏବେ ରାଜ୍ୟରେ ଅଛନ୍ତି ୧୨ ଲକ୍ଷ ଭୂତ ଭୋଟର । ୨୦୦୨ ଭୋଟର ତାଲିକା ସହ ୨୦୨୫ ତାଲିକା ମ୍ୟାପିଂ ବେଳେ ମିଳୁନି ଏହି ଭୋଟରଙ୍କ ତାଲିକା । ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଏହି ସୂଚନା ଦେଇଛନ୍ତି ।

ତ୍ରୁଟି ସଂଶୋଧନ ପାଇଁ ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଲୋକଙ୍କୁ ନୋଟିସ୍ ପଠାଯିବ । ଯେଉଁଥିରେ ୪୬ ଲକ୍ଷ ଭୋଟରଙ୍କ ତଥ୍ୟରେ ମାଇନର ମିଷ୍ଟେକ୍ ରହିଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ । ଜୁଲାଇ ୫ ରୁ ସେପ୍ଟେମ୍ବର ୨ ମଧ୍ୟରେ ଏହାର ସମାଧାନ କରାଯିବ ।

ଏଥିସହ ପଢ଼ନ୍ତୁ: ଗରିବ ବିଧବାଙ୍କଠାରୁ ଲୁଟୁଥିଲେ; ଧରାପଡ଼ିଲେ ଲାଞ୍ଚୁଆ PEO 

ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ନୋଟିସ୍ ପାଇବା ପରେ AEROଙ୍କ ନିକଟରେ ଧାର୍ଯ୍ୟ ସମୟ ଓ ସ୍ଥାନରେ ଉପସ୍ଥିତ ହୋଇ ପ୍ରମାଣପତ୍ର ଦାଖଲ କରିପାରିବେ ମତଦାତା । BLOଙ୍କ ସହାୟତା ମଧ୍ୟ ନେଇପାରିବେ।

ଭୋଟରମାନେ ଚାହିଁଲେ voters.eci.gov.in ପୋର୍ଟାଲରେ ଲଗ୍-ଇନ୍ କରି ତଥ୍ୟ ଅପଲୋଡ୍ କରିପାରିବେ । ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ବ୍ୟକ୍ତିଗତ ଭାବେ ଆସିବାକୁ ପଡ଼ିବ ନାହିଁ । BLO ମାନେ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ ।

ସଂଗୃହୀତ ଦସ୍ତାବିଜ ଏବଂ ପ୍ରାପ୍ତ ତଥ୍ୟ ଆଧାରରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ERO ସମ୍ପୃକ୍ତ ଭୋଟରଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବେ । ତଦନୁସାରେ ୬ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ।

ଏଥିସହ ପଢ଼ନ୍ତୁ: ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି; ଟିମ୍‌ରେ ରହିବେ BLO, ଅଙ୍ଗନବାଡ଼ି, ଆଶା କର୍ମୀ 

ସେପଟେ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ ବସିଛି । ବୈଠକ ପରେ ସଚିବ ସନ୍ତୋଷ କୁମାର ଦାସ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ୨୦୨୭ ମସିହାରେ ହେବାକୁ ଥିବା ପଂଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଅକ୍ଟୋବରରୁ ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ । ଜୁଲାଇ ୩୧ ସୁଦ୍ଧା ଗଠନ ହେବ ଭିନ୍ନ ଭିନ୍ନ ଟିମ । ଟିମରେ ରହିବେ ବିଏଲଓ, ଅଙ୍ଗନବାଡି ଓ ଆଶାକର୍ମୀ ।

୬,୭୯୪ ପଞ୍ଚାୟତରେ ହେବ ନିର୍ବାଚନ

ରାଜ୍ୟ ନିର୍ବାଚନ ଆୟୋଗ ଓ୍ବାର୍ଡ ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ରାଜ୍ୟରେ ୬,୭୯୪ ପଞ୍ଚାୟତ, ୮୫୩ ଜିଲ୍ଲାପରିଷଦ ଏବଂ ୯୧,୯୧୩ ୱାର୍ଡରେ ହେବ ନିର୍ବାଚନ । ଅକ୍ଟୋବର ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ୯୧,୯୧୩ ୱାର୍ଡରେ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି କରିବେ । ସର୍ଭେ ପାଇଁ ଏହି ମାସ ଶେଷ ସୁଦ୍ଧା ଟିମ୍ ଗଠନ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored