Videos
|
Odisha

Odisha News / ୪୦ ଲକ୍ଷରୁ ଅଧିକ 'ପରମାନେଣ୍ଟ ଆର୍କାଇଭ୍'; କାଗଜପତ୍ର ଠିକ୍ ଥିଲେ ବି କେଉଁ ଗାଡ଼ି ଫେରିପାରିବନି ରାସ୍ତାକୁ ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
୪୦ ଲକ୍ଷରୁ ଅଧିକ 'ପରମାନେଣ୍ଟ ଆର୍କାଇଭ୍'; କାଗଜପତ୍ର ଠିକ୍ ଥିଲେ ବି କେଉଁ ଗାଡ଼ି ଫେରିପାରିବନି ରାସ୍ତାକୁ ?
Vehicle Permanent Archive

Key Points

  • ଆପଣଙ୍କ ଗାଡ଼ିର ଷ୍ଟାଟସ୍ କ'ଣ?
  • 'ଆର୍କାଇଭ୍' ନା 'RC ବାତିଲ' ?
  • ସଚେତନତା ପୂର୍ବରୁ ଗାଡ଼ି 'ଆର୍କାଇଭ୍' ହୋଇଗଲା କେମିତି ?
ଭୁବନେଶ୍ଵର: ରାସ୍ତାରେ ଗଡ଼ୁଥିବା ଆପଣଙ୍କ ଗାଡ଼ିର ବୈଧତା କେତେ ? ବାହାନ ପୋର୍ଟାଲ ତଥ୍ୟ ଅନୁସାରେ ଓଡ଼ିଶାରେ ୧ କୋଟି ୧ ଲକ୍ଷରୁ ଅଧିକ ଗାଡ଼ି ରହିଛି । କିନ୍ତୁ ସେଥିରୁ ୪୦ ଲକ୍ଷ ୨୩ ହଜାରରୁ ଅଧିକ ଗାଡ଼ି ପଡ଼ିଛି 'ପରମାନେଣ୍ଟ ଆର୍କାଇଭ୍'ରେ । ଖୋର୍ଦ୍ଧାରେ ସର୍ବାଧିକ ୫ ଲକ୍ଷ ୯୧ ହଜାରରୁ ଅଧିକ ଗାଡ଼ି ଏହି ତାଲିକାରେ ।

ତେବେ 'ପରମାନେଣ୍ଟ ଆର୍କାଇଭ୍' ମାନେ କ'ଣ ଗାଡ଼ିର RC ବାତିଲ ? କାଗଜପତ୍ର ଠିକ୍ କଲେ କ'ଣ ଗାଡ଼ି ପୁଣି ରାସ୍ତାକୁ ଫେରିପାରିବ, ନା ସବୁଦିନ ପାଇଁ ବନ୍ଦ ହୋଇଯିବ ? ଗାଡ଼ି ମାଲିକ ଓ ଜୀବିକା ଉପରେ ଏହାର ପ୍ରଭାବ କ'ଣ ପଡ଼ିବ ?

ଆପଣଙ୍କ ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ଯୋଗ୍ୟ ଅଛି ତ ? ନା ପରମାନେଣ୍ଟ ଆର୍କାଇଭ୍' ହୋଇସାରିଛି ଆପଣଙ୍କ ଗାଡ଼ି ? ବିଧାନସଭାରେ ପରିବହନ ବିଭାଗର ଉତ୍ତରରୁ ସାମ୍ନାକୁ ଆସିଛି ଓଡ଼ିଶାର ଗାଡ଼ିକୁ ନେଇ ଏହି ସାଂଘାତିକ ତଥ୍ୟ । ୨୨ ନଭେମ୍ବର ୨୦୨୬ ସୁଦ୍ଧା ବାହାନ ପୋର୍ଟାଲ ତଥ୍ୟ ଅନୁସାରେ, ରାଜ୍ୟରେ ୩ଟି କ୍ୟାଟେଗୋରୀରେ ମୋଟ୍ ୧ କୋଟି ୧ ଲକ୍ଷ ୪ ହଜାର ୮୮୫ଟି ଗାଡ଼ି ରହିଛି ।

ଏଥିସହ ପଢ଼ନ୍ତୁ: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ୩ ଗୁଣା ବୃଦ୍ଧି ପାଇଲା ଅବସରକାଳୀନ ସହାୟତା ରାଶି 

ସେଥିମଧ୍ୟରୁ ପରମାନେଣ୍ଟ 'ଆର୍କାଇଭ୍'ରେ ରହିଛି ୪୦ ଲକ୍ଷ ୨୩ ହଜାର ୪୯୧ଟି ଗାଡ଼ି । ସେହିପରି ଆକ୍ଟିଭ Non-Compliantରେ ୩୪ ଲକ୍ଷ ୯୬ ହଜାର ୪୦୨ ଏବଂ ଟେମ୍ପୋରାରୀ ଆର୍କାଇଭ୍ କ୍ୟାଟେଗୋରୀରେ ୨୫ ଲକ୍ଷ ୮୪ ହଜାର ୯୯୨ଟି ଗାଡ଼ି ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରମାନେଣ୍ଟ 'ଆର୍କାଇଭ୍' ତାଲିକାରେ ସବୁଠାରୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସର୍ବାଧିକ ୫ ଲକ୍ଷ ୯୧ ହଜାର ୭୫୬ଟି ଗାଡ଼ି ଏହି ଶ୍ରେଣୀରେ ଥିବା ବେଳେ କଟକରେ ୩ ଲକ୍ଷ ୮୬ ହଜାର ୭୧୦, ଗଞ୍ଜାମରେ ୨ ଲକ୍ଷ ୭୭ ହଜାର ୨୬୬, ବାଲେଶ୍ୱରରେ ୨ ଲକ୍ଷ ୫୭ ହଜାର ୫୩୫ ଓ ଯାଜପୁରରେ ୨ ଲକ୍ଷ ୧୧ ହଜାର ୭୦୮ଟି ଗାଡ଼ି ରହିଛି ।

ତେବେ ପରମାନେଣ୍ଟ 'ଆର୍କାଇଭ୍' ମାନେ କ'ଣ ଗାଡ଼ିର RC ବାତିଲ ? ଏନେଇ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିଛନ୍ତି ଯେ, Permanent Archive ହେଉଛି କଠୋର ନିୟମ ଅଧୀନରେ ଥିବା ଏକ ନିଷ୍କ୍ରିୟ ରେକର୍ଡ । ପୁରୁଣା RC flag କିମ୍ବା ଦୀର୍ଘ ସମୟର compliance default କାରଣରୁ ଗାଡ଼ି ଏହି ତାଲିକାକୁ ଯାଇଥାଏ ।

ଅନ୍ୟପଟେ Active Non-Compliantରେ ଗାଡ଼ିର ରେକର୍ଡ ଆକ୍ଟିଭ ଥିଲେ ମଧ୍ୟ କୌଣସି ଆବଶ୍ୟକ ଡକୁମେଣ୍ଟ ବୈଧ ନଥାଏ । ତେବେ କାଗଜପତ୍ର ଅପଡେଟ୍ କଲେ ଏହା ପୁଣି Active-Compliant ହୋଇପାରିବ ।

ବିଧାନସଭାର ଏହି ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । କେନ୍ଦ୍ର ସରକାରଙ୍କ ନୋଟିଫିକେସନ୍ ଆସିବା ପୂର୍ବରୁ ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ବ୍ୟକ୍ତିଗତ ଭାବେ ସଚେତନ କରାଯିବା ଦରକାର ଥିଲା ।

କାଗଜପତ୍ର ଠିକ୍ କରିବା ପାଇଁ ଆଗୁଆ ସମୟ ଦିଆଯାଇଥିଲେ, ହୁଏତ ଏତେ ସଂଖ୍ୟକ ଗାଡ଼ି ଆରକାଇଭ କ୍ୟାଟେଗୋରୀକୁ ଯାଇନଥାନ୍ତା । ଏବେ ଗାଡ଼ି ଆରକାଇଭ ହୋଇସାରିବା ପରେ ମାଲିକଙ୍କ ପାଖକୁ ମେସେଜ୍ ଯାଉଛି । ଏହା କେବଳ ଗାଡ଼ିର ପ୍ରସଙ୍ଗ ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ପ୍ରସଙ୍ଗ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ କେତେ ବଢିବ ବିଧାନସଭା ଆଉ ଲୋକସଭା ସିଟ୍ ? ୨୧ ରୁ ୩୧ ହେବ ସାଂସଦ ସଂଖ୍ୟା ! 

ପୁରୁଣା ଗାଡ଼ି ଉପରେ ନିର୍ଭର କରି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ । ତେଣୁ ରାଜ୍ୟ ସରକାର କେନ୍ଦ୍ର ସହ ଆଲୋଚନା କରି କାଗଜପତ୍ର ଠିକ୍ କରିବାକୁ ଆଉ ଏକ ସୁଯୋଗ ଦେବାକୁ ଦାବି ହୋଇଛି ।

'ଆର୍କାଇଭ୍' ହେଲେ ଗାଡ଼ିର ରେକର୍ଡ ନିଷ୍କ୍ରିୟ ହୋଇଯାଏ। ଯଦିଓ ପ୍ରତ୍ୟେକ Permanent Archive ମାମଲାକୁ ସିଧାସଳଖ RC Cancellation ବୋଲି କୁହାଯାଇନାହିଁ, ତଥାପି ସରକାରୀ ଉତ୍ତର ସ୍ପଷ୍ଟ କରୁଛି ଯେ କେତେକ legally final case ପୁନଃ restore ହୋଇନପାରେ । ୧ କୋଟିରୁ ଅଧିକ ଗାଡ଼ିର ତଥ୍ୟ ଭିତରେ ୪୦ ଲକ୍ଷରୁ ଅଧିକ ଗାଡ଼ି ଏବେ Permanent Archiveରେ । ତେବେ ଏହି ଗାଡ଼ିଗୁଡ଼ିକର ଭବିଷ୍ୟତ କ’ଣ ହେବ, ତାହା ଦେଖିବାର କଥା ।