Videos
|
Odisha

Kotia Row / ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ; ବିରୋଧ ସହ ପ୍ରଶ୍ନ ଉଠାଇଲେ କୋରାପୁଟ ବିଧାୟକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ; ବିରୋଧ ସହ ପ୍ରଶ୍ନ ଉଠାଇଲେ କୋରାପୁଟ ବିଧାୟକ
Solar Equipment Delivery Sparks Odisha-Andhra Tensions

Key Points

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ
ଆନ୍ଧ୍ର ସୋଲାର ସାମଗ୍ରୀ ପହଞ୍ଚାଇବାକୁ ବିରୋଧ କଲେ କୋରାପୁଟ ବିଧାୟକ
ଆନ୍ଧ୍ର ପୋଲିସକୁ ପ୍ରଶ୍ନ, କୋଟିଆ ଆସିବାକୁ ଅନୁମତି ଦେଲା କିଏ ?
କୋରାପୁଟ: ପ୍ରଥମେ ପଞ୍ଚାୟତ ନିର୍ବାଚନ । ଆଉ ଏବେ ସୋଲାର ସାମଗ୍ରୀ । କୋଟିଆବାସୀଙ୍କୁ ପ୍ରଲୋଭିତ କରିବାକୁ ଆନ୍ଧ୍ରପ୍ରଦେଶର ଉଦ୍ୟମ । ସୀମାନ୍ତ କୋଟିଆ ପଞ୍ଚାୟତର ଉପରସେମି ଗାଁକୁ ଆନ୍ଧ୍ରପ୍ରଦେଶ ପୋଲିସର ଛତ୍ରଛାୟା ତଳେ ସୋଲାର ସାମଗ୍ରୀ ପହଞ୍ଚାଯାଉଛି ।

ଯାହାର କଡ଼ା ବିରୋଧ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ଓଡ଼ିଶାର ରାସ୍ତା ଦେଇ ଆସିବାକୁ ଆନ୍ଧ୍ର ପୋଲିସକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇବା ସହ ସେମାନଙ୍କୁ ସୀମାରୁ ତୁରନ୍ତ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।

ଏଥିସହ ପଢ଼ନ୍ତୁ: ବାତ୍ୟା ସମୟରେ ଜିଲ୍ଲାରେ ରହିବେ ମନ୍ତ୍ରୀ; ୮ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ଵ 

ଏହା ପଛରେ ଆନ୍ଧ୍ରର କି ଉଦ୍ଦେଶ୍ୟ ରହିଛି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ? ଘଟଣାର ସତ୍ୟତା ଜାଣିବାକୁ ଅର୍ଗସ୍ ନ୍ୟୁଜ୍ ଉପରସେମି ଗାଁରେ ପହଞ୍ଚିଛି । ଅଭିଯୋଗ ଅନୁସାରେ, ଆନ୍ଧ୍ର ସୋଲାର ସାମଗ୍ରୀ ଆଣି ଗାଁରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ ବିରୋଧ କରିଥିଲେ କୋରାପୁଟ ବିଧାୟକ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ରାସ୍ତାରେ ଆସିବାକୁ କିଏ ଅନୁମତି ଦେଇଛି ବୋଲି ପ୍ରଶ୍ନ କରିବା ସହ ଆନ୍ଧ୍ର ପୋଲିସକୁ ଫେରିଯିବାକୁ କହିଥିଲେ ବିଧାୟକ । କେବଳ ସୋଲାର ସାମଗ୍ରୀ ବଣ୍ଟନ ନା ଆଉ କିଛି ଉଦ୍ଦେଶ୍ୟ ଅଛି, ତାକୁ ନେଇ ମଧ୍ୟ ବିଧାୟକ ପ୍ରଶ୍ନ ଉଠାଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, କେନ୍ଦ୍ର ସରକାରଙ୍କ ସୌର ଶକ୍ତି ସମ୍ପର୍କିତ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ନାଁରେ ଆନ୍ଧ୍ରର କିଛି ଠିକାଦାର ଏହି ଅଞ୍ଚଳକୁ ଆସିଛନ୍ତି । ସୋଲାର ସାମଗ୍ରୀ ପହଞ୍ଚାଇବାରେ ଆନ୍ଧ୍ର ପ୍ରଶାସନ ସହାୟତା କରୁଛି ବୋଲି ଅଭିଯୋଗ ହୋଇଛି ।

ସେପଟେ କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବା ଆମର ଲକ୍ଷ୍ୟ । ଆନ୍ଧ୍ର ପ୍ରଦେଶ ୨୦୨୧ରେ କୋଟିଆ ସୀମା ଭିତରେ ପୋଲିଂ ଷ୍ଟେସନ କରିଥିଲା । ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଯୋଗୁଁ ଏଥର ସୀମା ଆରପଟେ ପୋଲିଂ ଷ୍ଟେସନ କରିଛି । ତାଙ୍କ ଦଲାଲଙ୍କୁ ଘଉଡ଼ାଇ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: 'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

କୋଟିଆ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, କୋଟିଆକୁ ଓଡ଼ିଶାରେ ରଖିବାକୁ ହେଲେ କୋଟିଆ ସ୍ୱତନ୍ତ୍ର ପ୍ରକଳ୍ପ ହେବା ଦରକାର । ଶିକ୍ଷା, ନିଯୁକ୍ତି, ଚାଷ, ଜଙ୍ଗଲ ଜମି ଅଧିକାର ଦେବାକୁ ପଡ଼ିବ । କୋଟିଆକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର । ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସୀମା ସଶକ୍ତ ହେବା ଦରକାର । ଅକ୍ଟୋବର ୨୭ରେ କଂଗ୍ରେସ ଟିମ୍ କୋଟିଆ ଯିବ ।

ସୀମାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିଲା ବିଜେପି । ଏପରିକି ଫଗୁସିନେରି ଅଞ୍ଚଳରେ ବିଜେପି ନେତା ଓ ଆନ୍ଧ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଓଡ଼ିଶା ସୀମା ଭିତରେ ବାରମ୍ବାର ଆନ୍ଧ୍ର ପୋଲିସର ଉପସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ ।