Videos
|
Odisha

Odisha Assembly Today / ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ; ଗୁରୁତ୍ୱପୂର୍ଣ୍ଣ ବିଭାଗରେ ହେବ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ; ଗୁରୁତ୍ୱପୂର୍ଣ୍ଣ ବିଭାଗରେ ହେବ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ
Odisha Assembly Today

Key Points

ସେପ୍ଟେମ୍ବର ୨୨ ଆଜିଠୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ
ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆସିବ ଶୋକ ପ୍ରସ୍ତାବ
୯ଟି କାର୍ଯ୍ୟଦିବସ ରହିଥିବାବେଳେ ଆସିପାରେ ୬ଟି ବିଲ୍
ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆସିବ ଶୋକ ପ୍ରସ୍ତାବ । ତା’ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ଗୃହର ସୁପରିଚାଳନା ନେଇ ଆଲୋଚନା ହୋଇଛି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି । MMDR ବିଲ୍‌କୁ ନେଇ ମୋସନ୍ ଆଣିବାକୁ ବିଜେଡିର ଦାବି । ତେବେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଶାସକ ଦଳ । ମୌସୁମୀ ଅଧିବେଶନ ପୂର୍ବରୁ ତେଜିଲା ରାଜନୈତିକ ତାତି ।

  • ସରିଛି ସର୍ବଦଳୀୟ ବୈଠକ
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ସର୍ବଦଳୀୟ ବୈଠକ ରେ ମୁଖ୍ୟମନ୍ତ୍ରୀଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ଉପନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ଉପ ନେତା ଯୋଗ ଦେଇଥିଲେ । ଅପରାହ୍ନରେ ବିଜେପି, ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ ।

  • ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ହେବ ଆଲୋଚନା
ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳରେ ପଞ୍ଚାୟତିରଜ ପାନୀୟଜଳ, ଜଙ୍ଗଲ ଓ ପରିବେଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶ୍ରମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସେପଟେ ବିରୋଧୀ ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ଦରଦାମ ବୃଦ୍ଧି, ଆଇନ୍ ଶୃଙ୍ଖଳାକୁ ମୁଖ୍ୟ ମୁଦ୍ଦା କରିବେ । ଶଙ୍ଖ ଭବନରେ ବିରୋଧି ଦଳ ନେତାଙ୍କ ଅଧ୍ୟକ୍ଷତାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ବୈଠକ କରି ରଣନୀତି ପ୍ରସ୍ତୁତି କରିଛି । ସରକାରୀ ଦଳ ବି ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ତେବେ ପ୍ରଥମ ଦିନ ଗୃହ ସୁରୁଖୁରୁ ହୋଇପାରୁଛି ନା ନାହିଁ ତା ଉପରେ ନଜର ।

ପଢନ୍ତୁ ଏହି ଖବର: SIR ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ; ଆପଣଙ୍କ ନାଁ ଅଛି ତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସର୍ବଦଳୀୟ ବୈଠକରେ ସୁପରିଚାଳନାର ମନ୍ତ୍ର, ଅଧିବେଶନରେ ବିରୋଧୀଙ୍କ ରଣହୁଙ୍କାର । ଏବେ ଦେଖିବାକୁ ବାକି, ଗୃହରେ କେତେ ସରଗରମ ହେଉଛି ମୌସୁମୀ ଅଧିବେଶନ । ସେପଟେ ବିଧାନସଭାର ସୁରକ୍ଷାକୁ କରାଯାଇଛି କଡାକଡି । ଏଥିପାଇଁ ମୃତୟନ ହେବ ୩୦ ପ୍ଲାଟୁନ ଫୋର୍ସ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।