Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Fire Political Clash / ନବୀନଙ୍କୁ BJPର କାଉଣ୍ଟର; 'ପୂର୍ବ ସରକାର ଜାଣି ନଥିଲା ଘରୋଇ ହସ୍ପିଟାଲ ନିଆଁ ଖବର, PMOରୁ ଆସିଥିଲା ଫୋନ୍'

Sushanta Sahoo
Browse all articles by Sushanta Sahoo
·3 months ago·2 min read
ନବୀନଙ୍କୁ BJPର କାଉଣ୍ଟର; 'ପୂର୍ବ ସରକାର ଜାଣି ନଥିଲା ଘରୋଇ ହସ୍ପିଟାଲ ନିଆଁ ଖବର, PMOରୁ ଆସିଥିଲା ଫୋନ୍'
Political Storm in Odisha

Key Points

  • ବିଧାନସଭା ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ
  • ପରସ୍ପରର ଗୋହି ଖୋଲିଲେ ବିଜେଡି ଓ ବିଜେପି
  • SCB ଅଗ୍ନିକାଣ୍ଡ ଘଟଣାରେ ୬ ଦିନ ହେଲା ଅଚଳାବସ୍ଥା
ଭୁବନେଶ୍ଵର: ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆଉ ୟା ଭିତରେ ଶାସକ-ବିରୋଧୀଙ୍କ କଳି ଏବେ ପହଞ୍ଚିଛି ଚରମ ସୀମାରେ । SCB ଅଗ୍ନିକାଣ୍ଡ ଘଟଣାକୁ ନେଇ ଗତ ୬ ଦିନ ହେଲା ଗୃହରେ ହଟ୍ଟଗୋଳ ଥମିବାର ନାଁ ନେଉନି । ପରସ୍ପରର ପୋଲ୍ ଖୋଲିଛନ୍ତି ବିଜେଡି ଓ ବିଜେପି ।

SCB ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ନବୀନ ଦାବି କରିଥିବା ବେଳେ ପୂର୍ବରୁ ଘରୋଇ ହସ୍ପିଟାଲ ଅଗ୍ନିକାଣ୍ଡ କଥା ଉଠାଇ ବିଜେପି ନବୀନଙ୍କୁ ଦେଇଛି ମୁହଁତୋଡ଼ ଜବାବ ।

ଏଥିସହ ପଢ଼ନ୍ତୁ: ଜିଦ୍ ରେ ଅଟଳ ବିରୋଧି, ଚାଲିପାରୁନି ଗୃହ, ବାରମ୍ବାର ହେଉଛି ମୁଲତବି,ସର୍ବଦଳୀୟ ବୈଠକ ଫେଲ୍

ଏସସିବି ଅଗ୍ନିକାଣ୍ଡକୁ ନେଇ ବିଧାନସଭା ହୁଲସ୍ତୁଲ । ଥମୁନାହିଁ ବିଜେଡି ଓ କଂଗ୍ରେସର ପ୍ରତିବାଦ । ଷଷ୍ଠ ଦିନରେ ବି ସ୍ୱାଭାବିକ ହୋଇପାରିନି ବିଧାନସଭା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଗିରଫଦାରି ଦାବିରେ ୬ ଦିନ ହେଲା ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ । ଆଜି ଶୂନ୍ୟକାଳ ଆଲୋଚନାରେ ହୋ ହଲ୍ଲା ଭିତରେ ବିଜେଡିର ପୋଲ ଖୋଲିଛନ୍ତି ଜଣେ ପରେ ଜଣେ ବିଜେପି ବିଧାୟକ ।

ନବୀନଙ୍କ ଉପସ୍ଥିତିରେ ବିଜୁ-ନବୀନ ଟ୍ରଷ୍ଟକୁ ନେଇ ବିଜେଡିକୁ ଶାସକ ଦଳ ସଦସ୍ୟ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ନବୀନ ଗୃହରେ କିଛି ନ କହି ବାହାରେ ପ୍ରତିକ୍ରିୟା ରଖିଛନ୍ତି । କେହି କେନ୍ଦ୍ରମନ୍ତ୍ରୀ ବଡ଼ ମେଡିକାଲ ନ ଯିବାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ।

ନବୀନଙ୍କ ମନ୍ତବ୍ୟର କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଛନ୍ତି, "ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ବେଳେ ତତ୍କାଳୀନ ରାଜ୍ୟ ସରକାର ଜାଣିନଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଥିଲା ।"

ଏଥିସହ ପଢ଼ନ୍ତୁ: ବଡ଼ ମେଡିକାଲ୍ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ୍; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ

ଶୂନ୍ୟକାଳରେ ବିଜେଡି ଓ କଂଗ୍ରେସ ବିଧାୟକଙ୍କୁ ଆଲୋଚନାରେ ଭାଗ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରୁନି, ପାଣିରେ ପଡୁଛି ଟିକସଦାତାଙ୍କ କୋଟି କୋଟି ଟଙ୍କା ।


ବିରୋଧୀ ଓ ଶାସକ ଦଳର ଆରୋପ ପ୍ରତ୍ୟାରୋପ ଭିତରେ ବାହାରି ପାରୁନି କୌଣସି ନିଷ୍କର୍ସ । ପ୍ରଶ୍ନ, ଏହି ଅଧିବେଶନ ଶେଷ ହେବା ଭିତରେ ସ୍ୱାଭାବିକ ହୋଇପାରିବ ତ ଗୃହ ? ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ମାଧ୍ୟମରେ ଆଲୋଚନା ହୋଇପାରିବ ତ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Fire Row: BJP Hits Back at Naveen, Cites PMO Call Claim | Argus News | Argus News