Videos
|
Odisha

Raksha Bandhan / ଦୂର ହେଲା ଦ୍ଵନ୍ଦ୍ଵ; ମୁକ୍ତି ମଣ୍ଡପ ପଣ୍ଡିତ କହିଲେ କେଉଁ ଦିନ ବାନ୍ଧିବେ ରାକ୍ଷୀ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦୂର ହେଲା ଦ୍ଵନ୍ଦ୍ଵ; ମୁକ୍ତି ମଣ୍ଡପ ପଣ୍ଡିତ କହିଲେ କେଉଁ ଦିନ ବାନ୍ଧିବେ ରାକ୍ଷୀ ?
Mukti Mandap Says Celebrate Rakhi on August 27

Key Points

ଅଗଷ୍ଟ ୨୭ ନା ୨୮ ତାରିଖ, କେଉଁ ଦିନ ସାଧାରଣ ଲୋକେ ପାଳିବେ ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା ପର୍ବକୁ ନେଇ ଲୋକଙ୍କ ମନରେ ସନ୍ଦେହ ଥିବାବେଳେ ମୁକ୍ତି ମଣ୍ଡପ ପଣ୍ଡିତ ଦ୍ଵନ୍ଦ୍ଵ ଦୂର କରିଛନ୍ତି ।
ପୁରୀ: କେଉଁ ଦିନ ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ଅଗଷ୍ଟ ୨୭ ନା ୨୮ ତାରିଖ, କେଉଁ ଦିନ ସାଧାରଣ ଲୋକେ ପାଳିବେ ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା ପର୍ବକୁ ନେଇ ଲୋକଙ୍କ ମନରେ ସନ୍ଦେହ ଥିବାବେଳେ ମୁକ୍ତି ମଣ୍ଡପ ପଣ୍ଡିତ ଦ୍ଵନ୍ଦ୍ଵ ଦୂର କରିଛନ୍ତି ।

ମୁକ୍ତି ମଣ୍ଡପ ପଣ୍ଡିତ ପ୍ରଫୁଲ୍ଲ ମିଶ୍ର କହିଛନ୍ତି, "ଶ୍ରାବଣ ମାସ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ସହ ଶ୍ରୀମନ୍ଦିରରେ ବିଭିନ୍ନ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଥାଏ ।"

ଏଥିସହ ପଢ଼ନ୍ତୁ: NH କଡ଼ ଜଙ୍ଗଲରୁ ଜବତ କଙ୍କାଳ ବଢ଼ାଇଲା ଦ୍ଵନ୍ଦ୍ଵ; ପରିଚୟ ଜାଣିବାକୁ ହେଲା DNA ଟେଷ୍ଟ 

ଚଳିତ ବର୍ଷ ପୂର୍ଣ୍ଣିମା ଦୁଇ ଦିନ ପଡୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଶ୍ରୀମନ୍ଦିରରେ ଅଗଷ୍ଟ ୨୮ ତାରିଖରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି, ମହାପ୍ରଭୁଙ୍କ ରକ୍ଷାବନ୍ଧନ ଓ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ ।

ତେବେ ସାଧାରଣ ଲୋକଙ୍କ ପାଇଁ ରକ୍ଷାବନ୍ଧନ ପାଳନ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ମୁକ୍ତି ମଣ୍ଡପ ପଣ୍ଡିତଙ୍କ ମତ ଅନୁଯାୟୀ, ଶ୍ରୀମନ୍ଦିରରେ ଉଦୟକାଳୀନ ବିଧି ଓ ସାଧାରଣ ମନୁଷ୍ୟଙ୍କ କ୍ଷେତ୍ରରେ କର୍ମକାଳୀନ ବିଧି ପ୍ରଚଳିତ ।

କେଉଁ ଦିନ ବାନ୍ଧିବେ ରାକ୍ଷୀ ?

ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ୯ଟା ୮ ମିନିଟ୍‌‌ ପରେ ପୂର୍ଣ୍ଣିମା ପ୍ରବେଶ କରୁଥିବାରୁ ପୂରା ଦିନ ପୂର୍ଣ୍ଣିମା ତିଥି ରହିବ । ସେହିଦିନ ଘରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇପାରିବ । ରକ୍ଷା ବନ୍ଧନ ମଧ୍ୟାହ୍ନକାଳୀନ ପର୍ବ ହୋଇଥିବାରୁ ସାଧାରଣ ଲୋକେ ୨୭ ତାରିଖରେ ହିଁ ରାକ୍ଷୀ ବାନ୍ଧିବା ଉଚିତ୍‌‌ ।

ଏଥିସହ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ; ଉତ୍ତର ଓଡ଼ିଶାକୁ ପୁଣି ବର୍ଷା ସତର୍କତା 

ଅନ୍ୟପକ୍ଷରେ ୨୮ ତାରିଖ ସୂର୍ଯ୍ୟୋଦୟ ପରେ ମଧ୍ୟ ପୂର୍ଣ୍ଣିମା ତିଥି ରହୁଥିବାରୁ ଶ୍ରୀମନ୍ଦିରରେ ସେହିଦିନ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ ହେବ । ଶ୍ରୀମନ୍ଦିରର ନୀତି ଓ ସାଧାରଣ ଲୋକଙ୍କ ପର୍ବ ପାଳନର ବିଧି ଭିନ୍ନ ହୋଇଥିବାରୁ ଜନସାଧାରଣ କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ଅଗଷ୍ଟ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ,ପାଞ୍ଜି ସମୀକ୍ଷକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: